ମାଲବାହୀ ଟ୍ରେନ ଧକ୍କାରେ ୨ଟି ହାତୀ ମୃତ

ମାଲବାହୀ ଟ୍ରେନ ଧକ୍କାରେ ୨ଟି ହାତୀ ମୃତ

ମାଲବାହୀ ଟ୍ରେନ ଧକ୍କାରେ ୨ଟି ହାତୀ ମୃତ
ରାଉରକେଲା: ମାଲବାହୀ ଟ୍ରେନ ଧକ୍କାରେ ୨ଟି ହାତୀର ମୃତୁ୍ୟ ହୋଇଛି । ରାଉରକେଲା ବିଶ୍ରା ମହିପାଣି ନିକଟରେ ଏହି ଅଘଟଣ ଘଟିଛି । ଗତ ରାତି ପ୍ରାୟ ୧.୦୫ରେ ରାଉରକେଲା ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ ହାଓଡ଼ା-ମୁମ୍ବାଇ ରେଳମାର୍ଗର ଭାଲୁଲତା-ଜରେଇକେଲ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ମହୀପାଣିରେ ଏକ ପାର୍ସଲ୍‌ ଭ୍ୟାନ୍‌ ଧକ୍କା ଦେବାରୁ ଦୁଇଟି ମାଈହାତୀଙ୍କର ମୃତ୍ୟୁ ଘଟିଛି। ହାତୀଙ୍କ ସହ ଧକ୍କାଖାଇବା ପରେ ଉକ୍ତ ପାର୍ସଲ୍‌ ଭ୍ୟାନ୍‌ର (ଟ୍ରେନ୍‌) ଦୁଇଟି ବଗି ଧାରଣାଚ୍ୟୁତ ହୋଇଛି। ପ୍ରକାଶ ଯେ, ଗତକାଲି ରାତିରେ ଏକ ହାତୀ ପଲ ରେଳ ଧାରଣା ପାର ହେଉଥିଲେ । ଏହି ସମୟରେ ଆସୁଥିବା ଏକ ମାଲବାହୀ ଟ୍ରେନ ହାତୀ ପଲକୁ ଧକ୍କା ଦେଇଥିଲା । ଫଳରେ ୨ଟି ହାତୀର ଖଣ୍ଡବିଖଣ୍ଡିତ ମୃତଦେହ ରେଳ ଧାରଣାରେ ପଡ଼ିଥିବା ଜଣାଯାଇଛି । ଏନେଇ ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି । ତେବେ ଏହି ଘଟଣା ପାଇଁ ବନ ବିଭାଗ ରେଳବାଇକୁ ଦାୟୀ କରିଥିବା ବେଳେ ରେଲୱେ ଏରିଆ ମ୍ୟାନେଜର ଏହାକୁ ଖଣ୍ଡନ କରିଛନ୍ତି ।