ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା

ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା

ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଜାରିରହିବ  । ଏନେଇ ବୋଡର଼୍ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି  । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପୂର୍ବରୁ ସମ୍ମେଟିଭ ପରୀକ୍ଷା ମଧ୍ୟ ହୋଇଛି  । ସମ୍ମେଟିଭ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଥିଲା  । ରେଗୁଲାର, ଏକ୍ସରେଗୁଲାର ପରୀକ୍ଷାର୍ଥିଙ୍କ ପାଇଁ ପ୍ରଶ୍ନପତ୍ର ସମାନ ରହିବ ବୋଲି ସୂଚନା ଦିଆଯାଇଛି । ନୋଡ଼ାଲ ସେଂଟର ଓ ପରୀକ୍ଷା କେନ୍ଦ୍ରରେ କୌଣସି ପରିବର୍ତନ ହେବନାହିଁ  ।

ମାଟ୍ରିକ ରେଗୁଲାର, ଏକ୍ସରେଗୁଲାର ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷା ମଧ୍ୟ କରାଯିବ  ।  ଫେବୃଆରୀ ୨୦ରୁ ୨୫ ପର୍ଯ୍ୟନ୍ତ ନବମ ପରୀକ୍ଷା କରାଯିବ  । ଫେବୃଆରୀ ୨୨ରୁ ୨୮ ପର୍ଯ୍ୟନ୍ତ ନବମ ପରୀକ୍ଷାର ମୂଲ୍ୟାୟନ କରାଯିବ  ।