ମାଥିଲିରେ ୩ ମାଓବାଦୀ ନିହତ

ମାଥିଲିରେ ୩ ମାଓବାଦୀ ନିହତ

ମାଥିଲିରେ ୩ ମାଓବାଦୀ ନିହତ

ମାଲକାନାରିରି: ମାଲକାନାଗିରି   ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ ଯବାନ ଓ ମାଓବାଦୀଙ୍କ  ମଧ୍ୟରେ ଗଳି ବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୨ଜଣ ପୁରୁଷ  ଓ ଜଣେ ମହିଳା ଥିବା ଜଣାପଡିଛି । ସୂଚନା ଅନୁସାରେ ତୁଳସୀ ପାହାଡରେ ସକାଳୁ ଡିଭିଏଫ୍ ଓ ଏସ୍ଓଜି ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ । କିନ୍ତୁ ପୂର୍ବରୁ ଲୁଚି ରହିଥିବା ମାଓବାଦୀ ଯବାନଙ୍କ ଉପରେ ଗୁଳି ଚାଳନା କରିଥିଲେ । ଏହା ବିପକ୍ଷରେ ଯବାନମାନେ ମଧ୍ୟ ସେମାନଙ୍କୁ ଉପରକୁ ଗୁଳି ଚଳାଇଥିଲେ । 

ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ଯବାନଙ୍କ ଗୁଳିକୁ ସାମ୍ନା କରିପାରିନପାରି ଲୁଚି ପଳାଇଥିଲେ । ଏହାପରେ ଯବାନ ମାନେ ଜଙ୍ଗଲ ଭିତରେ ଯାଞ୍ଚ କରିବାରୁ ୩ଜଣ ମାଓବାଦୀଙ୍କ ମୃିତଦେହ ମିଳିଥିଲା । ଖୁସିର କଥା ଯେ ଯବାନ ମାନେ ସୁରକ୍ଷିତ ରହିଛନ୍ତ । ଏହାସହିତ ଯାଞ୍ଚ ସମୟରେ ମାଓବାଦୀମାନେ ବ୍ୟବହାର କରୁଥିବା ଏସଏଲଆର ବନ୍ଧୁକ ଓ ଗୋଟିଏ ଇନସାସ୍ ବନ୍ଧୁକ ସହ କିଛି ବ୍ୟବହୃତ ସାମଗ୍ରୀ ଜବତ୍ ହୋଇଛି ।