ମାତିଛନ୍ତି ସାଇବର ଲୁଟେରା : ଅଧ୍ୟାପିକାଙ୍କ ଠାରୁ ଲୁଟିଲେ ୧୯ ହଜାର ଟଙ୍କା

ମାତିଛନ୍ତି ସାଇବର ଲୁଟେରା : ଅଧ୍ୟାପିକାଙ୍କ ଠାରୁ ଲୁଟିଲେ ୧୯ ହଜାର ଟଙ୍କା

ମାତିଛନ୍ତି ସାଇବର ଲୁଟେରା : ଅଧ୍ୟାପିକାଙ୍କ ଠାରୁ ଲୁଟିଲେ ୧୯ ହଜାର ଟଙ୍କା
ଭୁବନେଶ୍ୱର: ମାତିଛନ୍ତି ସାଇବର ଲୁଟେରା । କ୍ଷଣିକ ମଧ୍ୟରେ ଆକାଉଣ୍ଟରୁ ଲୁଟି ନେଉଛନ୍ତି ଟଙ୍କା । ଏପରି ଗୋଟିକ ପରେ ଗୋଟିଏ ଘଟଣା ଘଟି ଚାଲୁଥିଲେ ହେଁ କେହି ସଚେତନ ହେଉନଥିବା ମନେ ହେଉଛି । ଏହାରି ଭିତରେ ଜଣେ ଅଧ୍ୟାପିକା ଠକେଇର ଶିକାର ହୋଇଛନ୍ତି । ଅନଲାଇନରେ ୱାସିଂ ମେସିନ ବିକିବା ବେଳେ ସେ ଠକାମିର ଶିକାର ହୋଇଛନ୍ତି । ଓଏଲଏକ୍ସରେ ନିଜ ୱାସିଂ ମେସିନ ବିକିବାକୁ ସମ୍ପୃକ୍ତ ଅଧ୍ୟାପିକା ବିଜ୍ଞାପନ ଦେଇଥିଲେ । ସାଇବର ଲୁଟେରା ଫୋନ କରି ଗୁଗୁଲ ପେ’ରୁ ଟଙ୍କା ଲୁଟିନେଇଥିଲେ । ତେବେ ଏନେଇ ଅଭିଯୋଗ ପରେ ଇନଫୋସିଟି ଥାନା ପୁଲିସ ତନାଘନା ଆରମ୍ଭ କରିଛି ।