ମାଟ୍ରିକ୍ ପରୀକ୍ଷାରେ ଜାରୀ ହେଲା ୧୪୪ ଧାରା

ମାଟ୍ରିକ୍ ପରୀକ୍ଷାରେ ଜାରୀ ହେଲା ୧୪୪ ଧାରା

ମାଟ୍ରିକ୍ ପରୀକ୍ଷାରେ ଜାରୀ ହେଲା ୧୪୪ ଧାରା
କପି ରୋକିବାକୁ ୧୪୪ ଧାରା ଜାରି । ଗତ ୨୨ତାରିଖରେ ଇଂରାଜୀ ପରୀକ୍ଷା ଦିନ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଥିବା ଏକାଧିକ ବିଦ୍ୟାଳୟରେ କପି ହେବା ନେଇ ଖବର ସାମନାକୁ ଆସିବା ପରେ, ଆଜି ୪ଟି ବ୍ଲକର ୧୧ଟି ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ବିଶେଷକରି କଙ୍କଡାହାଡ ବ୍ଲକ ବିରିବୋଲେଇ ଜନତା ଉଚ୍ଚ ବିଦ୍ୟାଳୟ ଓ ଗଡପଳାଶୁଣିର ବାପୁଜି ଉଚ୍ଚ ବିଦ୍ୟାଳୟରେ ୨ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରୀକ୍ଷା କରିବାକୁ ନିଷ୍ପତି ନେଇଛି ପ୍ରଶାସନ । ଇଂରାଜୀ ପରୀକ୍ଷା ଦିନ ଏହି ଦୁଇ ବିଦ୍ୟାଳୟରେ କିଛି ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ପାଚେରୀ ଡେଇଁ କପି ଯୋଗାଇଥିଲେ । ଏପରିକି କପି ରୋକିବାକୁ ଯାଇ ପୋଲିସ ମାଡରେ ଜଣେ ଅଭିବାବକ ଗୁରୁତର ହୋଇଥିଲେ । ଗତ ୨୨ତାରିଖରେ କପିକୁ ନେଇ କୁରୁକ୍ଷେତ୍ର ପାଲଟିଥିଲା ଢ଼େଙ୍କାନାଳ ଜିଲ୍ଳାର ଦୁଇଟି ପରୀକ୍ଷା କେନ୍ଦ୍ର । କପିକୁ ନେଇ ମୁହାଁମୁହିଁ ହୋଇଥିଲେ ପୁଲିସ ଓ ଅଭିଭାବକ । ପରୀକ୍ଷା କେନ୍ଦ୍ରରେ ଅଭିଭାବକ ମାନେ ଖୁଲାମଖୂୁଲା କପି ଯୋଗାଉଥିବା ବେଳେ ପୁଲିସ ବିରୋଧ କରିଥିଲା । ଏପରିକି ପରୀକ୍ଷା କେନ୍ଦ୍ର ପାଚେରୀ ଭାଙ୍ଗି ଧସେଇ ପଶିଥିଲେ ଅଭିଭାବକ । ଫଳରେ ଘଟଣା ସ୍ଥଳରେ ଚାପା ଉତେଜନା ଦେଖାଦେବା ସହ ପୁଲିସ ମାଡ଼ରେ ଆହତ ହୋଇଥିଲେ କିଛି ଅଭିଭାବକ ।