ମା ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସି ୮ ମୃତ

ମା ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସି ୮ ମୃତ

ମା ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସି ୮ ମୃତ

କୋଲକାତା: ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗ ଜଲପାଇଗୁଡ଼ି ମାଲ୍ ନଦୀରେ  ବିଜୟା ଦଶମୀ ଅବସରରେ ମା ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ହଠାତ୍ ବନ୍ୟା ପାଣି ମାଡ଼ି ଆସିଥିଲା। ଏହି ଦୁର୍ଘଟଣାରେ ଅନେକ ନିଖୋଜ ହୋଇଛନ୍ତି।   ଉଦ୍ଧାର କାର୍ୟ୍ୟ ଜାରି ରହିଛି। ମାଲ ନଦୀରେ ବୁଧବାର ରାତି ପ୍ରାୟ ୯ଟା ବେଳେ ମା’ ଦୁର୍ଗାଙ୍କ ବିସର୍ଜନ ଉତ୍ସବ ଚାଲିଥିବାବେଳେ ଲଘୁଚାପ ବର୍ଷା ଯୋଗୁ ମାଲ ନଦୀରେ ବନ୍ୟା ଜଳ ଆସିଥିଲା। ନଦୀରେ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମୂର୍ତ୍ତି ଭସାଣ କରୁଥିଲେ। ଏଥିରେ ଶହେରୁ ଅଧିକ ଭକ୍ତ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତକଙ୍କ ମଧ୍ୟରେ ୪ ମହିଳା ରହିଛନ୍ତି ।  ଭାସିଯାଇଥିବା ଭକ୍ତଙ୍କ ମଧ୍ୟରୁ ୭୦ ଜଣଙ୍କୁ ଉଦ୍ଧାର କରାଯାଇଛି। ୩୦ରୁ ୪୦ ଜଣ ଏବେବି ନିଖୋଜ ଥିବା ଜଣାପଡ଼ିଛି । ନିଖୋଜ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର ଲାଗି ଚାଲିଛି ସର୍ଚ୍ଚ ଅପରେସନ୍  ।  ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।

ବିଜୟା ଦଶମୀ ଅବସରେ ଗତକାଲି ପଶ୍ଚିମବଂଗ ଜଲପାଇଗୁଡ଼ିରେ ଭସାଣ ଉତ୍ସବ ଚାଲିଥିଲା।  ଭସାଣ ଚାଲିଥିବାବେଳେ ରାତି ପ୍ରାୟ ସାଢେ ୮ଟା ସମୟରେ ଘଟିଥିଲା ଏହି ଅଘଟଣ । ଉଦ୍ଧାର ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୧୩ ଜଣ ଆହତ ହୋଇଛନ୍ତି।  ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।