ମସଲା ବ୍ରେଡ଼

ମସଲା ବ୍ରେଡ଼

ମସଲା ବ୍ରେଡ଼
ଆବଶ୍ୟକ ସାମଗ୍ରୀ ପାଉଁରୁଟି ଖଣ୍ଡ – ୪ଟି ଜିରା – ଅଳ୍ପ ଲଙ୍କା ଗୁଣ୍ଡ – ଅଳ୍ପ ରସୁଣ ବଟା – ୨ ଚାମଚ ପିଆଜ – ୨ଟି କଟା ସିମଲା ଲଙ୍କା – ଅଳ୍ପ ବଟର – ଆବଶ୍ୟକ ପରିମାଣରେ କଟା ଟମାଟୋ – ୧ଟି ନୁଡ଼ୁଲ୍ସ ମସଲା – ଅଳ୍ପ କଟା ଧନିଆ ପତ୍ର – ଅଳ୍ପ ଲେମ୍ବୁ ରସ – ୧ ଚାମଚ ଲୁଣ – ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ବଟର ପକାନ୍ତୁ। ଏହାପରେ ଏଥିରେ ଜିରା, ପିଆଜ ପକାଇ ଭାଜନ୍ତୁ। କିଛି ସମୟ ଭାଜି ହୋଇଗଲେ ଏଥିରେ ରସୁଣ ବଟା, ସିମଲା ଲଙ୍କା, ଟମାଟୋ, ଲଙ୍କା ଗୁଣ୍ଡ, ନୁଡୁଲ୍ସ ମସଲା , ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟ ପରେ ଏଥିରେ ପାଉଁରୁଟି ଖଣ୍ଡ, ଲେମ୍ବୁରସ ପକାଇ ଗୋଳାଇ ଦିଅନ୍ତୁ। ଏବେ ଏକ ପାତ୍ରକୁ କାଢି ଧନିଆପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ବ୍ରେଡ଼।