ଭୟଙ୍କର ସମସ୍ୟାରେ ପଡ଼ିପାରନ୍ତି ଏପରି କୋଭିଡ୍ ଆକ୍ରାନ୍ତ, ଚା କପ୍ ଉଠାଇବା ବି କଷ୍ଟ ହୋଇପାରେ
ଭୟଙ୍କର ସମସ୍ୟାରେ ପଡ଼ିପାରନ୍ତି ଏପରି କୋଭିଡ୍ ଆକ୍ରାନ୍ତ, ଚା କପ୍ ଉଠାଇବା ବି କଷ୍ଟ ହୋଇପାରେ
ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ମହାମାରୀର ସାମ୍ନା କରୁଛି । ଯଦିଓ ଏହାର ଲକ୍ଷଣ ସାଧାରଣ ଫ୍ଲୁ ସହିତ ସମାନ, କିନ୍ତୁ ଏହାର ଗମ୍ଭୀରତା ଅଧିକ ରହିଛି । ଏକ ଗବେଷଣା ରିପୋର୍ଟ ଅନୁଯାୟୀ, କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ କିଛି ବ୍ୟକ୍ତି ଅତ୍ୟଧିକ ଥକ୍କା, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ଲକ୍ଷଣର ସାମ୍ନା ମାସ ମାସ ଧରି କରୁଛନ୍ତି । ହେଲେ ଏମାନଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ରହିଛି । ଏହି ଅବସ୍ଥାକୁ ‘ଦୀର୍ଘ ଦିନ ଧରି କୋଭିଡ୍’ ବୋଲି କୁହାଯାଉଛି ଗବେଷଣା ରିପୋର୍ଟ ଅନୁଯାୟୀ । ଯେଉଁଥିରେ ସଂକ୍ରମଣରୁ ସୁସ୍ଥ ହେବାର ପ୍ରାୟ ତିନିମାସ ପରେ ମଧ୍ୟ ଏପରି ଲକ୍ଷଣର ସାମ୍ନା କରୁଛନ୍ତି । ଏହା ସାଧାରଣତଃ ସେହି ଲୋକମାନଙ୍କଠାରେ ଦେଖାଯାଏ ଯେଉଁମାନେ ଅଧିକ ଦିନ ଧରି କରୋନାରେ ସଂକ୍ରମିତ ହୋଇଥିବେ । ଏଭଳି ଏକ ରିପୋର୍ଟ ଅଗଷ୍ଟରେ ପ୍ରକାଶ ପାଇଥିଲା ଯେଉଁଥିରେ କୁହାଯାଇଛି ଯେ କରୋନା ସଂକ୍ରମଣର ରିପୋର୍ଟ ନେଗେଟିଭ୍ ରହିଥିଲେ ମଧ୍ୟ ଥକାପଣ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ଲକ୍ଷଣ ମାସ ମାସ ଧରି ରହିପାରେ । ଏପରିକି ଚା’ କପ୍ ଉଠାଇବା ସମୟରେ ଏପରି ଲୋକଙ୍କ ହାତ ମଧ୍ୟ ଥରିପାରେ ।
ଏବେ ‘ମୀରର’ ନାମକ ଏକ ରିପୋର୍ଟରେ ୨୭ ବର୍ଷ ବୟସ୍କା ଝିଅର ଉଦାହରଣ ଦିଆଯାଇଛି । ଯେଉଁଥିରେ ଉଲ୍ଲେଖ ଅଛି ଯିଏ ସାତ ମାସରୁ ଅଧିକ ସମୟ ଧରି ‘ଲମ୍ୱା କୋଭିଡ’ ଲଢ଼ୁଥିବେ ସେମାନେ ଅତ୍ୟଧିକ ଥକାପଣ ହେତୁ ତାଙ୍କର ଅଧିକାଂଶ ସମୟ ବିଛଣାରେ କଟାଇଥାନ୍ତି । ଅଭିନେତ୍ରୀ ରୋସା ଫିସର କରୋନାରୁ ଆରୋଗ୍ୟ ହେବା ପରେ କହିଛନ୍ତି ଯେ, ସେ ସୁସ୍ଥ ହେବା ପରେ ବି ଅଭିନୟ କରିବାରେ ସକ୍ଷମ ନଥିଲେ । ଏଥିପାଇଁ ସେ ତାଙ୍କ ବାପମାଆଙ୍କ ସହିତ ଘରକୁ ଫେରି ଆସିଥିଲେ । ସେ କୌଣସି କାମ କିମ୍ବା ବ୍ୟାୟାମ କରିବାରେ ସକ୍ଷମ ନୁହନ୍ତି ବୋଲି କହିଛନ୍ତି ।
ସେ କହିଛନ୍ତି ଡାକ୍ତରମାନେ ଏହାର କାରଣ ପ୍ରଥମେ ବୁଝିପାରିନଥିଲେ । ଦୀର୍ଘ ଦିନ ଧରି କାହିଁକି ଏହି ଲକ୍ଷଣ ଗୁଡ଼ିକ ରହିଛି ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି ବୋଲି ସେ କହିଛନ୍ତି । ୭ ମାସ ହାଲୁକା କାମ କରିବା ପରେ ମଧ୍ୟ ସେ ଥକି ଯାଇଛନ୍ତି ବୋଲି କହିଛନ୍ତି । ଗାଧୋଇବା ଏବଂ ଡ୍ରେସ ପିନ୍ଧିବା ପରେ ବି ଥକି ଯାଉଥିବା କହିଛନ୍ତି ।
ଅନେକ ଥର ଚା’ କପ୍ ଉଠାଇବାରେ ମଧ୍ୟ ଅସୁବିଧା ହୁଏ ଏବଂ ମାଂସପେଶୀ ଯନ୍ତ୍ରଣା ହୁଏ ବୋଲି କହିଛନ୍ତି । ରୋଜାଙ୍କ ଭଳି ସାରା ବିଶ୍ୱରେ ଏପରି ଅନେକ ରୋଗୀ ଅଛନ୍ତି ଯେଉଁମାନେ ‘ଦୀର୍ଘଦିନ ଧରି କୋଭିଡ’ ପରି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ସୁସ୍ଥ ହେବା ପରେ ମଧ୍ୟ ସେମାନେ ଏକ ହ୍ୱିଲ ଚେୟାରରେ ବସି ନିଜର କାର୍ଯ୍ୟକଳାପ କରିବାକୁ ବାଧ୍ୟ ହଉଛନ୍ତି ବୋଲି ଜଣାପଡ଼ିଛି ।




admin 