ଭୋଟ ସରିଲା, କିଏ ଜିତିବ...
ଭୋଟ ସରିଲା, କିଏ ଜିତିବ...

ଭୁବନେଶ୍ବର: ବୁଥରେ ସରିଲା ପଞ୍ଚାୟତ ଲଢ଼େଇ। ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି। ଏହା ସହ ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡ ସଭ୍ୟ ପାଇଁ ଲଢୁଥିବା ପ୍ରାୟ ପ୍ରାୟ ୨ ଲକ୍ଷ ପ୍ରାଥୀଙ୍କ ଭାଗ୍ୟ ଭୋଟ ବାକ୍ସ ଭିତରେ ସିଲ ହୋଇ ଷ୍ଟ୍ରଙ୍ଗରୁମରେ ସିଲ ହୋଇଯାଇଛି। ସବୁ ଅପେକ୍ଷା କରିଛନ୍ତି ଗଣତିକୁ। ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ଗଣତି। ୩ ଦିନ ଭିତରେ ସବୁଯାକ ଜିଲ୍ଲା ପରିଷଦ ଜୋନରେ ଗଣତି ସରିବ।
ଭୋଟ ସରୁ ସରୁ ସବୁଦଳ ଦାବି କଲେଣି, ଆମେ ଏଥର ବଢିଆ ଫଳ ଆଣିବୁ। ବିଜେଡି ନେତା କହୁଛନ୍ତି, ଆମେ ଏକତରଫା ଜିତିବୁ, ଗତଥରଠୁ ବହୁତ ଅଧିକ ଆସନ ଦଖଲ କରିବୁ, ଏମିତିକି ବିରୋଧୀ ବହୁ ପଛରେ ରହିଯିବେ ବୋଲି ବିଜେଡି ଦାବି କରୁଛି।
ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ଏଥର ବିଜେପି ୫ ଶହ ଜିଲ୍ଲା ପରିଷଦ ଜୋନରୁ ଅଧିକ ଜିତିବ। କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ଏଥର ବିଜେଡି ୧ ନମ୍ବର ରହିବ, ମାତ୍ର ୨ ନମ୍ବରରେ କଂଗ୍ରେସ ରହିବ। ୨୩୫ ପାଖାପାଖି ଜୋନ ଦଖଲ କରିବ କଂଗ୍ରେସ।
ତେବେ କାହା ଦାବିରେ କେତେ ଦମ ରହିଛି, ଭୋଟ ବାକ୍ସ ଖୋଲିଲେ ଜଣାପଡ଼ିବ।