ଭୋଜି ଖାଇ ୫୦ରୁ ଅଧିକ ଅସୁସ୍ଥ
ଭୋଜି ଖାଇ ୫୦ରୁ ଅଧିକ ଅସୁସ୍ଥ
ସମ୍ବଲପୁର/ଭଦ୍ରକ: ଭୋଜି ଖାଇ ୫୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଛନ୍ତି। କେଉଁଠି ବାହାଘର ଭୋଜି ତ କେଉଁଠି ଏକୋଇଶା ଭୋଜି ଖାଇ ଏପରି ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଗତକାଲି ସମ୍ବଲପୁର ଓ ଭଦ୍ରକରେ ଘଟିଥିବା ବେଳେ ଉଭୟ ସ୍ଥାନରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି। ସମ୍ବଲପୁରରେ ବିବାହ ଭୋଜି ଖାଇ ୧୬ ଜଣ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଭଦ୍ରକରେ ଏକୋଶିଆ ଭୋଜି ଖାଇ ୪୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି।ଇୟଗ୍ଦ ଭଚ୍ଚ
ଗତକାଲି ବୌଦ୍ଧ ବଘିଆପଡ଼ା ଅଞ୍ଚଳରୁ ୩୦ରୁ ୪୦ ଜଣ କନ୍ୟା ଯାତ୍ରୀ ସମ୍ବଲପୁର ଆସିଥିଲେ । ଭୋଜି ଖାଇବା ପରେ ସେମାନଙ୍କ ମଧ୍ୟରୁ ୧୬ ଜଣ ବାନ୍ତି ଓ ଅନ୍ୟ ଅସୁସ୍ଥତା କାରଣରୁ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଗତକାଲି ପ୍ରାଥମିକ ଚିକିତ୍ସା ପରେ ୭ ଜଣ ଘରକୁ ଫେରିଛନ୍ତି । ଅନ୍ୟମାନଙ୍କ ଅବସ୍ଥା ଏବେ ସ୍ୱାଭାବିକ ଥିବା ଜଣାପଡ଼ିଛି ।
ଭଦ୍ରକ ଜିଲ୍ଲା ହସନାବାଦ ଅଷ୍ଟକ ଗାଁରେ ଗତକାଲି ଏକ ଏକୋଇଶିଆ ଭୋଜି ହୋଇଥିଲା । ସେଠାରେ ସମସ୍ତେ ପୁରୀ, ଘାଣ୍ଟ ସହ ସିରିଣୀ ଓ ପଞ୍ଚାମୃତ ଖାଇଥିଲେ । ଏହାପରେ ୪୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଅସୁସ୍ଥ ହୋଇପଡ଼ିଥିଲେ ।
ଅସୁସ୍ଥମାନଙ୍କୁ ଯାଜପୁର ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଫୁଡ୍ ପଏଜନିଂ କାରଣରୁ ଏପରି ହୋଇଥିବା ବେଳେ ଆକ୍ରାନ୍ତମାନେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି ।




admin 