ଭୁବନେଶ୍ୱରେ ଚାଲିବ ଇ-ବସ

ଭୁବନେଶ୍ୱରେ ଚାଲିବ ଇ-ବସ

ଭୁବନେଶ୍ୱରେ ଚାଲିବ ଇ-ବସ
ଭୁବନେଶ୍ୱର: ମୋ ବସର ଏକ ବର୍ଷ ପୂର୍ତ୍ତି ଅବସରରେ ରାଜଧାନୀ ଭୁବନେଶ୍ୱରକୁ ଆସିବ ୫୦ଟି ଇଲେକ୍ଟ୍ରିକ ବସ । ଖୁବଶୀଘ୍ର ଇ-ବସରେ ଯାତ୍ରା କରିବେ ରାଜଧାନୀବାସୀ । ଭୁବନେଶ୍ୱରେ ନଭେମ୍ବରରେ ଆରମ୍ଭ ହୋଇଥିଲା ମୋ ବସ । ପୂର୍ବରୁ ଭୁବନେଶ୍ୱରକୁ ୨ଟି ଡେମୋ ଇଲେକ୍ଟ୍ରିକ ବସ ଆସିଥିବା ବେଳେ ମୋ ବସର ଏକ ବର୍ଷ ପୂର୍ତ୍ତି ଅବସରରେ ରାଜଧାନୀ ଭୁବନେଶ୍ୱରକୁ ପୁଣି ୫୦ଟି ଇଲେକ୍ଟ୍ରିକ ବସ ଆସିବ । ଡେମୋ ବସ ରାଜଧାନୀର ବିୀଭିନ୍ନ ରୋଡ଼ରେ ଚଳାଯାଇଛି । ଶୀତ ତାପ ନିୟନ୍ତ୍ରିତ ବ୍ୟବସ୍ଥା ସାଙ୍ଗକୁ ମ୍ୟୁଜିକ ଉପଭୋଗ କରିବେ ରାଜଧାନୀ ବସଯାତ୍ରୀ । ଏଥିରେ ୫ଟି ସିସିଟିଭି ମଧ୍ୟ ରହିଛି । ଅଟୋମେଟିକ ଡୋର ଖୋଲାଯିବ । କେନ୍ଦ୍ର ସରକାର ଫ୍ରେମ ଇଣ୍ଡିଆ ଯୋଜନାରେ ଓଡ଼ିଶା ରାଜଧାନୀ ଭୁବନେଶ୍ୱର ପାଇଁ ୫୦ ଇଲେକ୍ଟ୍ରିକ ବସ ଘୋଷଣା କରିଥିଲେ । ଇନ୍ଧନ ଚାଳି ବସ ଓ ପ୍ରଦୂଷଣରୁ ମୁକ୍ତ ସାଙ୍ଗକୁ ଦୁର୍ଘଟଣା ଉପରେ ନିୟନ୍ତ୍ରଣ କରିବା ପାଇଁ ଏହି ବସ ଚଳାଯିବା ନେଇ ନିଷ୍ପତି ହୋଇଛି ।