ଭୁବନେଶ୍ୱରରେ ପହଞ୍ଚିଲା ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା

ଭୁବନେଶ୍ୱରରେ ପହଞ୍ଚିଲା ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା

ଭୁବନେଶ୍ୱରରେ ପହଞ୍ଚିଲା ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲା ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା । ଗୁରୁବାର ମଧ୍ୟ ୧ ଲକ୍ଷ କୋଭିସିଲ୍‌ଡ ଟିକା ଆସିଥିଲା। ସେହିପରି ୧ ଲକ୍ଷ ୮୨ ହଜାର କୋଭାକ୍ସିନ ଟିକା ମଧ୍ୟ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଥିଲା।  କୋଭିସିଲ୍‌ଡ ଓ କୋଭାକ୍ସିନ ପହଞ୍ଚିବା ପରେ ଏବେ ରାଜ୍ୟରେ ସ୍ୱାଭାବିକ ହେବ ଟିକାକରଣ । 

ରାଜ୍ୟରେ କୋଭିସିଲ୍‌ଡ ଟିକାର ଅଭାବ ଦେଖାଦେଇଥିଲା । ଯେଉଁଥିପାଇଁ ଗତ ୨ ଦିନ ଟିକାକରଣ ସ୍ୱାଭାବିକ ହୋଇପାରିନଥିଲା । ଟିକା ଅଭାବ ଯୋଗୁ ମାତ୍ର ୧୧୪ ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ଟିକା ନଥିବାରୁ ୧୬ ଜିଲ୍ଲାରେ ଟିକାକରଣ କାର୍ଯ୍ୟ ବନ୍ଦ ରହିଥିଲା । ଲୋକମାନେ ଟିକା ନେବାକୁ ଆସି ଟିକାକରଣ କେନ୍ଦ୍ରରୁ ଫେରୁଛନ୍ତି । ଟିକା ନଥିବା ନେଇ ଲୋକଙ୍କୁ ଅବଗତ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

ସେପଟେ ବିଶେଷଜ୍ଞଙ୍କ ମତରେ ଟିକାକରଣ ହେଲେ କରୋନାର ତୃତୀୟ ଲହରକୁ ରୋକାଯାଇପାରିବ । ସେଥିପାଇଁ ଯୋଦ୍ଧ୍ୟକାଳୀନ ଭିତ୍ତିରେ ଦେଶରେ ଟିକାକରଣ ଚାଲିଛି । ମାତ୍ର ଓଡ଼ିଶାର ଟିକା ଅଭାବରୁ କେତେକ ସ୍ଥାନରେ ଟିକାରଣ ବନ୍ଦ ରହିଛି । ଏହି ସମସ୍ୟା ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ମତପ୍ରକାଶ ପାଇଥିଲା ।