ଭିଜିଲାନ୍‌ସ ଜାଲରେ ଆଉ ଜଣେ ଯନ୍ତ୍ରୀ

ଭିଜିଲାନ୍‌ସ ଜାଲରେ ଆଉ ଜଣେ ଯନ୍ତ୍ରୀ

ଭିଜିଲାନ୍‌ସ ଜାଲରେ ଆଉ ଜଣେ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ  ଯନ୍ତ୍ରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ମାଲକାନଗିରି ଆର୍ଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଏସ୍ଇ) ଆଶିଷ କୁମାର ଦାଶଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ସମାନ ଅଭିଯୋଗରେ ଆଜି ନୟାଗଡ଼ ଆର୍‌ଡବ୍ଲୁ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଚାଲିଛି ରେଡ । ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ  ଘର ସମେତ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।

ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର, କଟକ, ନୟାଗଡ଼ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଥିବା ଜଣାପଡିଛି । ସେଥିମଧ୍ୟରୁ ପଟିଆରେ ଥିବା ଏକ ଫ୍ଲାଟ, କଟକ କିଶୋରନଗରରେ ଥିବା ପୈତୃକ ଘର, କଟକ ଆଲିସା ବଜାରରେ ଥିବା କୋଠା, ଖଣ୍ଡଗିରି ଅଂଚଳରେ ଥିବା ଦୁଇ ମହଲା କୋଠା, ନୟାଗଡ଼ରେ ଥିବା ଅଫିସ ଏବଂ ନୟାଗଡ଼ ଟାଉନରେ ଥିବା ବାସଭବନରେ ଏକକାଳୀନ ରେଡ୍ ଚାଲିଛି । ଭିଜିଲାନ୍ସର ୫ ଡିଏସ୍ପିଙ୍କ ସହ ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ରେଡ୍ ଚାଲିଛି  ।ରେଡ୍ ବେଳେ ଆଶିଷ କୁମାର ଦାଶଙ୍କ ଘରୁ ୧ କୋଟି ୩୯ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା, ଯାହାକି  ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ । ଏହାବାଦ ତାଙ୍କ ଘର ଓ ବ୍ୟାଙ୍କ ଲକରରୁ  ୨.୫ କେଜିର ସୁନା ଜବତ କରାଯାଇଛି।  ଜବତ ସୁନାର ବର୍ତ୍ତମାନ ବଜାର ଦର ୧କୋଟି ୨୫ ଲକ୍ଷ ଟଙ୍କା ହେବ ବୋଲି ହିସାବ କରାଯାଇଛି। କଟକ ତ୍ରିଶୁଳିଆ ନିକଟ ବେଲଗଛିଆରେ ଶାନ୍ତିବନ ସୋସାଇଟିରେ ଆଶିଷ କୁମାର ଦାଶଙ୍କର ଏକ ୩୦ ଲକ୍ଷର ଫ୍ଲାଟ୍ ରହିଛି। ସେହିଭଳି କେନ୍ଦୁଝରରେ ଏକ ପ୍ଲଟ୍ ଅଛି।