ଭିଜିଲାନ୍ସ ପଞ୍ଝାରେ ଖୋଦ୍ ଭିଜିଲାନ୍ସ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର
ଭିଜିଲାନ୍ସ ପଞ୍ଝାରେ ଖୋଦ୍ ଭିଜିଲାନ୍ସ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର
ଭବାନୀପାଟଣା: ଲାଞ୍ଚ ନେଉଥିବା ବଡ଼ ଠାରୁ ଆରମ୍ଭ କରି ଛୋଟ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ଧରୁଥିଲା ଭିଜିଲାନ୍ସ । ତେବେ ଏବେ ଭିଜିଲାନ୍ସ ଜାଲରେ ଜଣେ ଭିଜିଲାନ୍ସ ସ୍ପେଶାଲ ପବ୍ଲିକ ପ୍ରସିକୁ୍ୟଟର ପଡ଼ିଛନ୍ତି । ଲାଞ୍ଚ ନେବାବେଳେ ସ୍ପେଶାଲ ପବ୍ଲିକ ପ୍ରସିକୁ୍ୟଟର ଆଶୁତୋଷ ମିଶ୍ର ଧରାପଡ଼ିଛନ୍ତି । ଗୋଟିଏ ପୁରୁଣା ମାମଲାର ରଫାଦଫା ପାଇଁ ସେ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ । ସେ ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ପାଇବା ପରେ ତାଙ୍କୁ ଧରିବା ପାଇଁ କଟକରୁ ଏକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ଯାଇଥିଲା । ତେବେ ଯେମିତି ସେ ଲାଞ୍ଚ ଟଙ୍କା ଧରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲା ।




admin 