ଭାରତ ରୁଷଠାରୁ ୩୬୧ ନିୟୁତ ଟିକା ଆମଦାନୀ କରିବ

ଭାରତ ରୁଷଠାରୁ ୩୬୧ ନିୟୁତ ଟିକା ଆମଦାନୀ କରିବ

ଭାରତ ରୁଷଠାରୁ ୩୬୧ ନିୟୁତ ଟିକା ଆମଦାନୀ କରିବ
ନୂଆଦିଲ୍ଲୀ: କରୋନା ମହାମାରୀର ଏକାଧିକ ଲହର ଆସିବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ଦେଶରେ ଟିକାକରଣକୁ ତ୍ୱରିତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଆଗାମୀ ୨୦୨୨ ମାର୍ଚ୍ଚ ସୁଦ୍ଧା ଦେଶରେ ୩୬ କୋଟି ଭାରତୀୟଙ୍କୁ ସ୍ପୁଟନିକ-୫ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସମୟ ମଧ୍ୟରେ ଭାରତ ରୁଷଠାରୁ ୩୬୧ ନିୟୁତ ଟିକା ଆମଦାନୀ କରିବ । ଗତ ୧ ତାରିଖରେ ଭାରତ ୧୫ ଲକ୍ଷ ପାନ (ଡୋଜ) ସ୍ପୁଟନିକ-୫ ଟିକା ରୁଷଠାରୁ ଆଣିଛି । ଚଳିତ ମାସରେ ଆଉ ୧୫ ଲକ୍ଷ ଟିକା ଆସିବ । ମେ, ଜୁନ, ଜୁଲାଇ ୩ ମାସ ମଧ୍ୟରେ ରୁଷଠାରୁ ଭାରତ ୧ କୋଟି ୮୦ ଲକ୍ଷ ଟିକା ଆଣିବ । ସେଥିରୁ ମେ ମାସରେ ୩୦ ଲକ୍ଷ, ଜୁନରେ ୫୦ ଲକ୍ଷ ଏବଂ ଜୁଲାଇରେ ୧ କୋଟି ଟିକା ଆସିବ । ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି (ଆରଡିଆଇଏଫ) ଭାରତରେ ୮୫ କୋଟି ଟିକା ଉପôାଦନ କରିବା ଲାଗି ଦେଶର ୫ଟି କମ୍ପାନୀ ସହିତ ଚୁକ୍ତି କରିଛି । ଏହି ଟିକା କେବଳ ଭାରତରେ ଉପôାଦନ ହେବ ନାହିଁ, ବରଂ ଅନ୍ୟ ଦେଶଗୁଡ଼ିକୁ ରପ୍ତାନୀ ମଧ୍ୟ କରାଯିବ ।