ଭଡାରେ ଡାକିନେଇ ଅଧାବାଟରେ ଲୁଟିଲେ ଲୁଟେରା ।

ଭଡାରେ ଡାକିନେଇ ଅଧାବାଟରେ ଲୁଟିଲେ ଲୁଟେରା ।

ଭଡାରେ ଡାକିନେଇ ଅଧାବାଟରେ ଲୁଟିଲେ ଲୁଟେରା ।
ଭୁବନେଶ୍ୱର: ଅଟୋ ଭଡ଼ାରେ ନେଲେ । ବାଟରେ ଚାଳକକୁ ମାଡ଼ ମାରି ଲୁଟିଲେ । ଧମକ ଦେଇ ଫେରାର ହୋଇଗଲେ । ଲହୁଲୁହାଣ ଚାଳକକୁ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଲେ । ଏହା କେଉଁ ଉପାନ୍ତ ଅଞ୍ଚଳ କିମ୍ବା ରାତି ଅଧରେ ନୁହେଁ, ବରଂ ଖୋଦ ରାଜଧାନୀର ସ୍ପଷ୍ଟ ଦିବାଲୋକରେ ଏଭଳି ଘଟଣା ଘଟିଛି । ଏ ନେଇ ସହିଦ ନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, ଡେଲାଙ୍ଗର ନୀଳକଣ୍ଠ ବେହେରା ସ୍ଥାନୀୟ ବିଶେଶ୍ୱର ବସ୍ତିରେ ରହି ଅଟୋ ଚଳାଇ ପରିବାର ପୋଷନ୍ତି । ବୁଧବାର ୩ଟା ୩୦ ମିନିଟ ବେଳେ ୪ ଜଣ ଯୁବକ ଆଚାର୍ଯ୍ୟ ବିହାରରୁ କିଟ ଯିବା ପାଇଁ ଅଟୋ ବୁକ କଲେ । ସୈନିକ ସ୍କୁଲ ଦେଇ ଓମଫେଡ ଛକରେ ବାହାରିବା ପାଇଁ ଅଟୋ ଯାଉଥିବା ବେଳେ ସ୍କୁଲ ଫାଟକ ସାମ୍ନାରେ ସେମାନେ ପଛରୁ ଚାଳକ ନୀଳକଣ୍ଠଙ୍କୁ ଅତର୍କିତ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା । ସେ ତୁରନ୍ତ ଗାଡ଼ି ରଖିଦେବାରୁ ଅଭିଯୁକ୍ତ ମାନେ ଓହ୍ଲାଇ ପଡ଼ି ତାଙ୍କୁ ଟାଣି ଆଣିଥିଲେ । ଚାରିଜଣ ଘେରି ଯାଇଗୋଇଠା ଓ ମୁଥ ମାରିବାରୁ ସେ ତଳେ ପଡ଼ିଗଲେ । ଏହାର ସୁଯୋଗ ନେଇ ସେମାନେ ୫ ହଜାର ୬ ଶହ ଟଙ୍କା ନେଇ ଯାଇଥିଲେ । ସେଠାରେ ପୂର୍ବରୁ ଛକି ରହିଥିବା ଏକ ଚାରିଚକିଆ ଗାଡ଼ିରେ ସେହି ଦୁର୍ବୃତ୍ତମାନେ ଖସି ପଳାଇଥିଲେ ।