ଭଡ଼ା ଘରେ ପ୍ରେମିକାକୁ ହତ୍ୟା କରି ଖଟ ତଳେ ଲୁଚାଇ ରଖିଥିଲା ପ୍ରେମିକ ହାର୍ଦ୍ଧିକ ଶାହା

ଭଡ଼ା ଘରେ ପ୍ରେମିକାକୁ ହତ୍ୟା କରି ଖଟ ତଳେ ଲୁଚାଇ ରଖିଥିଲା ପ୍ରେମିକ ହାର୍ଦ୍ଧିକ ଶାହା

ଭଡ଼ା ଘରେ ପ୍ରେମିକାକୁ ହତ୍ୟା କରି ଖଟ ତଳେ ଲୁଚାଇ ରଖିଥିଲା ପ୍ରେମିକ ହାର୍ଦ୍ଧିକ ଶାହା


ମୁମ୍ବାଇ : ମହାରାଷ୍ଟ୍ରର ନାଲାସୋପାରା ଅଂଚଳରେ ଥିବା ଏକ ଭଡ଼ା ଘରେ ପ୍ରେମିକାକୁ ହତ୍ୟା କରି ଖଟ ତଳେ ଲୁଚାଇ ରଖିଥିଲା ପ୍ରେମିକ ହାର୍ଦ୍ଧିକ ଶାହା (୩୦) । ପୋଲିସ ତାକୁ ମଧ୍ୟପ୍ରଦେଶର ନାଗଡ଼ା  ପୋଲିସ ଷ୍ଟେସନରୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ହାର୍ଦ୍ଧିକ ଓ ମେଘା ଟୋର୍ଭି (୪୦) ୨୦ ଦିନ ତଳେ ବିବାହ ନ କରି ନିଜକୁ ପତି-ପତ୍ନୀର ପରିଚୟ ଦେଇ ଏକ ଭଡ଼ାଘରେ ରହି ଆସୁଥିଲେ ।

କର୍ଣ୍ଣାଟକରେ ରହୁଥିବା ମେଘାଙ୍କ ସମ୍ପର୍କୀୟ ଭଡ଼ାଘର ଯୋଗାଡ଼ କରିଥିବା ସଞ୍ଜୀବ ଠାକୁରଙ୍କୁ ହାର୍ଦ୍ଧିକ କିପରି ମେଘାକୁ ମାରି,ନିଜେ ଆତ୍ମହତ୍ୟା କରିବାକୁ ଯାଉଥିବା କଥା ଜଣାଇଥିଲେ ।  କାରଣ ହାର୍ଦ୍ଧିକ ତାଙ୍କୁ ଫୋନ କରି କହିଥିଲା । ଏସବୁ କଥା ଶୁଣି ସଞ୍ଜୀବ ଭଡ଼ାଘରେ ପହଂଚିଥିଲେ । ଭିତର ପଟୁ କବାଟ ବନ୍ଦ ଥିବା ଦେଖି ହାର୍ଦ୍ଧିକକୁ ଫୋନ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା । ସଞ୍ଜୀବ ପୋଲିସକୁ ଜଣାଇବା ପରେ ପୋଲିସ ଆସି କବାଟ ଭାଙ୍ଗି ଖୋଜାଖୋଜି କଲା ପରେ ଖଟ ତଳୁ ମୃତ ଦେହ ମିଳିଥିଲା । ହାର୍ଦ୍ଧିକ ପଶ୍ଚିମ ଏକ୍ସପ୍ରେସ୍ ଟ୍ରେନ ଯୋଗେ ଯାତ୍ରା କରୁଥିବା ସମୟରେ ପୋଲିସ ତାକୁ ନାଗଡ଼ା ରେଳଷ୍ଟେସନରୁ ଗିରଫ କରିଛି ।