ବୟସ ହୋଇଗଲାଣି, ପଦ ଛାଡନ୍ତୁ ନିରଞ୍ଜନ : ତାରା ବାହିନୀପତି

ବୟସ ହୋଇଗଲାଣି, ପଦ ଛାଡନ୍ତୁ ନିରଞ୍ଜନ : ତାରା ବାହିନୀପତି

ବୟସ ହୋଇଗଲାଣି, ପଦ ଛାଡନ୍ତୁ ନିରଞ୍ଜନ : ତାରା ବାହିନୀପତି

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଖପ୍ପା ହୋଇପଡ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି  । ସେ କହିଛନ୍ତିଯେ, ନିରଞ୍ଜନଙ୍କ ବୟସ ହୋଇଗଲାଣି । ତେଣୁ ସେ ପଦ ଛାଡ଼ିଦେବା ଉଚିତ  ।

ସୂଚନାଯୋଗ୍ୟଯେ, ଗତ କିଛିଦିନ ଧରି କୋରାପୁଟ କଂଗ୍ରେସରେ ବିବାଦ ତୀବ୍ରତର ହେବାରେ ଲାଗିଛି  । ଏନେଇ ତାରା ବାରବାର ପିସିସି ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କିଛି ସୁଫଳ ମିଳିନାହିଁ । ଯେଉଁଥିପାଇଁ ତାଙ୍କ ପନôୀ ତଥା କୋରାପୁଟ କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି ଦଳ ଛାଡ଼ିବାକୁ ଚେତାବନୀ ବି ଦେଇସାରିଛନ୍ତି  ।

ଏସମ୍ପର୍କରେ ତାରା କହିଛନ୍ତିଯେ, ବିଜେଡ଼ି ବିଧାୟକମାନେ ନବୀନଙ୍କ ନାମରେ ଓ ବିଜେପି ବିଧାୟକମାନେ ମୋଦିଙ୍କ ନାମରେ ନିର୍ବାଚନ ଜିତୁଛନ୍ତି  । କିନ୍ତୁ ନିରଞ୍ଜନଙ୍କ ନାଁରେ କଂଗ୍ରେସ ବିଧାୟକମାନେ ନିର୍ବାଚନ ଜିତିନଥା’ନ୍ତି । ତାଙ୍କର ବୟସ ହୋଇଗଲାଣି  । ସେ ପଦ ଛାଡ଼ିଦେବା ଉଚିତ  । ସେ ଦଳ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ  । କିନ୍ତୁ ନିରଞ୍ଜନଙ୍କ ବିରୋଧରେ ସେ ଲଢେ଼ଇ ଜାରିରଖିବେ ବୋଲି ତାରା କହିଛନ୍ତି  ।