ବଡ଼ଖବର, ୨୦୨୪ ସୁଦ୍ଧା କାର୍ୟ୍ୟକ୍ଷମ ହେବ ତାଳଚେର ସାର କାରଖାନା

ବଡ଼ଖବର, ୨୦୨୪ ସୁଦ୍ଧା କାର୍ୟ୍ୟକ୍ଷମ ହେବ ତାଳଚେର ସାର କାରଖାନା

ବଡ଼ଖବର, ୨୦୨୪ ସୁଦ୍ଧା କାର୍ୟ୍ୟକ୍ଷମ ହେବ ତାଳଚେର ସାର କାରଖାନା

ନୂଆଦିଲ୍ଲୀ: ତାଳଚେର ସାର କାରଖାନାକୁ ନେଇ ଆସିଛି ବଡ଼ ଖବର। ଆସନ୍ତା ୨୦୨୪ ସେପ୍ଟେମ୍ବର ସୁଦ୍ଧା ଏହି ସାରା କାରଖାନା କାର୍ୟ୍ୟକ୍ଷମ ହେବ । ରାଜ୍ୟସଭାରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ସ୍ବାସ୍ଥ୍ୟ, ରସାୟନ ଓ ସାର ରାଜ୍ୟ ମନ୍ତ୍ରୀ ଭଗୱନ୍ତ ଖୁବା ଏହି ସୂଚନା ଦେଇଛନ୍ତି । ସାଂସଦ ସସ୍ମିତ ପାତ୍ର ପ୍ରଶ୍ନ କରିଥିଲେ, ୨୦୧୫ରେ ଭାରତ ସରକାର ତାଳଚେର ସାରା କାରଖାନା ପୁନଃରୁଦ୍ଧାର ପାଇଁ ଫର୍ଟିଲାଇଜର ଲିଃ ନାମକ ଯୁଗ୍ମ ଉଦ୍ୟୋଗ ଆରମ୍ଭ କରିଥିଲେ । କିନ୍ତୁ ଏହାର କାର୍ୟ୍ୟକ୍ଷମ ତାରିଖ ବାରମ୍ବାର ପରିବର୍ତ୍ତନ ହେଉଛି । ଏହା କେବେ ସୁଦ୍ଧା ହେବ । ବିଳମ୍ବ ହେବାର କାରଣ କଣ? ଏହାସହ ଓଡିଶାରେ କାରଖାନା ହେଉଥିବାରୁ କାରଖାନା କାର୍ୟ୍ୟକ୍ଷମ ହୋଇ ଉତ୍ପାଦନ ହେଲେ ରାଜ୍ୟର କୃଷକଙ୍କୁ କିଛି ସାର ଦର ବା ଅନ୍ୟ କିଛି ସୁବିଧା ମିଳିବ କି?

ଜବାବ ଦେଇ ମନ୍ତ୍ରୀ କହିଛନ୍ତି ତାଳଚେର ସାର କାରଖାନା ସେପ୍ଟେମ୍ବର ୨୦୨୩ ସୁଦ୍ଧା କାର୍ୟ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ସରକାର । କିନ୍ତୁ କୋରୋନା ମହାମାରୀ କାରଣରୁ ପ୍ରକଳ୍ପ କାର୍ୟ୍ୟରେ ପ୍ରାୟ ୧ ବର୍ଷ ବିଳମ୍ବ ହୋଇଛି । କୋଲ ଗ୍ୟାସିଫିକେସନ ଓ ଆମୋନିଆ-ୟୁରିଆ ପ୍ୟାକେଜ ପାଇଁ ଅନ୍ତର୍ଜାତୀୟ ଠିକା ୨୦୧୯ ସେପ୍ଟେମ୍ବର ମାସରେ ଦିଆଯାଇଥିଲା । ସେତେବେଳେ ସାରା ବିଶ୍ବ କୋରୋନା ସଂକ୍ରମଣରେ କବଳିତ ଥିଲା । ପୁଣି ୨୦୨୦ ମାର୍ଚ୍ଚରେ ମହାମାରୀରେ ବ୍ୟାପୀ ଯାଇଥିଲା । ମାର୍ଚ୍ଚ ୨୩, ୨୦୨୦ରେ ଦେଶରେ ଲକଡାଉନ ହୋଇଥିଲା । ଫଳରେ ଧାର୍ୟ୍ୟ ସମୟ ଅନୁସାରେ କାମ ଆରମ୍ଭ ହୋଇପାରି ନଥିଲା । ଏହାପରେ ଦେଶରେ ବାରମ୍ବାର ଲକଡାଉନ ସଡଡାଉନ ମଧ୍ୟ ପ୍ରଭାବ ପଡିଥିଲା । ଯଦ୍ବାରା କାମ ବିଳମ୍ବ ହୋଇଛି । କିନ୍ତୁ ୨୦୨୪ ସେପଟେମ୍ବର ସୁଦ୍ଧା ତାଳଚେର ସାର କାରଖାନା କାର୍ୟ୍ୟକ୍ଷମ ହେବନ ବୋଲି ମନ୍ତ୍ରୀ କହିଛନ୍ତି ।ସେହିପରି ରାଜ୍ୟ ଚାଷୀଙ୍କ ପାଇଁ ରିହାତି କିମ୍ବା ସୁବିଧାକୁ ନେଇ ମନ୍ତ୍ରୀ କହିଛନ୍ତି ଭାରତ ସରକାର ସାରା ଦେଶର ଚାଷୀଙ୍କ ପାଇଁ ସମର୍ପିତ । ସରକାର ଯାହା କରିବେ ସାରା ଦେଶର ଚାଷୀଙ୍କ ପାଇଁ କରିବେ ।