ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବେକରେ ରଶି ଲଗାଇ  ଯୁବକଙ୍କ ଆତ୍ମହତ୍ୟା

ସାଲେପୁର : ପାରିବାରିକ କଳହର କରୁଣ ପରିଣତି। ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ। କଟକ ଜିଲ୍ଲା ଜଗତପୁର ଥାନା ପାଗାଫାଣ୍ଡି ଗୁଣ୍ଠପଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଜଗତପୁର ଥାନା ପାଗାଫାଣ୍ଡି ଗୁଣ୍ଠପଡା ଗ୍ରାମର ପ୍ରତାପ ମାଝୀ ପ୍ରଥମ ପତ୍ନୀ ଥାଉ ଥାଉ ଦ୍ଵିତୀୟ ବିବାହ କରିଥିଲେ। ଏନେଇ ପରିବାର ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଏପରିକି ପ୍ରତାପଙ୍କ ପ୍ରଥମ ପତ୍ନୀ ପାଗାଫାଣ୍ଡିରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯାହା ଫଳରେ ପାଗାଫାଣ୍ଡି ଅଧିକାରୀ ପ୍ରତାପଙ୍କୁ ଡକାଇଥିଲେ। ସେଠାରେ ଘଟଣାକୁ ରଫାଦଫା କରିବା ପାଇଁ ସ୍ଥିର ହୋଇଥିଲା। ହେଲେ ପ୍ରତାପ ଘରକୁ ଯାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ପହଞ୍ଚି ପ୍ରତାପଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।