ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିନା ସୁରକ୍ଷାରେ ହଠାତ ବାସଭବନ ବାହାରକୁ ପଳାଇଲେ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିନା ସୁରକ୍ଷାରେ ହଠାତ ବାସଭବନ ବାହାରକୁ ପଳାଇଲେ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିନା ସୁରକ୍ଷାରେ ହଠାତ ବାସଭବନ ବାହାରକୁ ପଳାଇଲେ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହଠାତ ତାଙ୍କର ପାଟନାସ୍ଥିତ ସରକାରୀ ବାସଭବନରୁ କିଛି ସମୟ ପାଇଁ ବାହାରକୁ ଚାଲିଯାଇଥିଲେ । ସୁରକ୍ଷା କର୍ମୀ କିମ୍ବା କୌଣସି ଅଧିକାରୀ ତାଙ୍କ ଗାଡ଼ି ସହ ନଥିଲେ । ଅଣେ ମାଗସ୍ଥିତ ବାସଭବନରୁ ଆୟକର ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ଫେରି ଆସିଥିଲେ । ମୁଖ୍ୟମନ୍ତ୍ରୀ ସଚିବାଳୟ ପରିସରରେ ଚାଲିଥିବା ଜନତା ଦରବାର ନିର୍ମାଣ କାର୍ଯ୍ୟର ସମୀକ୍ଷା ପାଇଁ ସେ ଗତ ଶନିବାର ଏପରି ଗସ୍ତ କରିଥିବା କୁହାଯାଉଛି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର ଆରମ୍ଭ ହେବ ବୋଲି ସେ ଜଣାଇଚନ୍ତି । ଗତ କିଛି ଦିନ ପୂର୍ବେ ନୀତୀଶ ଆଖି ଅସ୍ତ୍ରୋପଚାର କରି ପାଟନା ଫେରିଛନ୍ତି । ଏହା ପରେ ସେ ବିନା ସୁରକ୍ଷାରେ ସଚିବାଳୟକୁ ଯାଇଥିଲେ । ସେଠାରେ କିଛି ସମୟ ରହିବା ପରେ ସେ ବାସଭବନକୁ ଫେରି ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗାଡି ଅନ୍ୟ ସାଧାରଣ ଗାଡି ଭଳି ତାଙ୍କ ବାସଭବନରୁ ବାହାରି ସହର ପରିକ୍ରମା କରି ଫେରି ଆସିବା ଚର୍ଚ୍ଚାର ବିଷୟ ପାଲଟିଛି । କରୋନା ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର ବନ୍ଦ ରହିଛି ।