ବିଜେପିଠାରୁ ଟିଏମ୍‌ସି ଆହୁରି ଖରାପ କହିଲେ ବିଧାୟକ

ବିଜେପିଠାରୁ ଟିଏମ୍‌ସି ଆହୁରି ଖରାପ କହିଲେ ବିଧାୟକ

ବିଜେପିଠାରୁ ଟିଏମ୍‌ସି ଆହୁରି ଖରାପ କହିଲେ ବିଧାୟକ

ପାଣାଜୀ: ୩ ମାସ ତଳେ ଟିଏମସିରେ ମିଶିଥିଲେ। ଏବେ ଟିଏମ୍‌ସିକୁ ନିନ୍ଦା କରିଛନ୍ତି ବିଧାୟକ। ଗୋଆର ପୂର୍ବତନ ବିଧାୟକ ଲାଭୁ ମାମଲେଦାର ମମତା ବାନାର୍ଜୀଙ୍କୁ ଅଲବିଦା କହି ଟିଏମସି ଗୋଟିଏ ସାଂପ୍ରଦାୟିକ ଦଳ ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ଆସନ୍ତା ବର୍ଷ ଗୋଆ ବିଧାନସଭା ନିର୍ବାଚନ ଥିବାରୁ ଟିଏମସି ଭୋଟ ପାଇଁ ହିନ୍ଦୁ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବାକୁ ଚାହୁଁଛି। ବିଜେପି ଠାରୁ ଟିଏମସି ଆହୁରି ଖରାପ ବୋଲି ସେ କହିଛନ୍ତି।

ପୋଣ୍ଡାର ପୂର୍ବତନ ବିଧାୟକ ଲାଭୁ ସେପ୍ଟେମ୍ବର ଶେଷ ସପ୍ତାହରେ ଟିଏମସିରେ ମିଶିଥିଲେ। ଟିଏମସି ଆସନ୍ତା ବର୍ଷ ହେବାକୁ ଥିବା ଗୋଆ ବିଧାନସଭାର ସମସ୍ତ ୪୦ ଆସନରେ ଲଢ଼ିବ। ଏଥିପାଇଁ ଗୋଆରେ ଥିବା ସ୍ଥାନୀୟ ନେତାମାନଙ୍କୁ ଦଳ ନିଜ ଆଡ଼କୁ ଆଣୁଛି। ଏହିକ୍ରମରେ ଲାଭୁ ମଧ୍ୟ ମମତାଙ୍କ ହାତ ଧରିଥିଲେ। ହେଲେ ଏବେ ସେ ଟିଏମସିକୁ ଗୋଟିଏ ସାଂପ୍ରଦାୟିକ ଦଳ ବୋଲି ଆକ୍ଷେପ କରିଛନ୍ତି।

ସେ ଦଳ ଛାଡ଼ିବା ପରେ କହିଛନ୍ତି ସେ ଭାବିଥିଲି ଟିଏମସି ଗୋଟିଏ ଧର୍ମନିରପେକ୍ଷ ଦଳ। କିନ୍ତୁ ଏଇ ୧୫ରୁ ୨୦ ଦିନ ମଧ୍ୟରେ ମୁଁ ଯାହା ନୋଟିସ କରିଛି ଏହି ଦଳ ବିଜେପି ଠାରୁ ମଧ୍ୟ ଆହୁରି ଖରାପ।”

ଟିଏମସି ନିର୍ବାଚନ ପୂର୍ବରୁ ଏମଜିପି ସହ ମେଣ୍ଟ କରିଛି। ୨୦୧୨ରୁ ୨୦୧୭ ଯାଏ ଲାଭୁ ମାମଲେଦାର ଏମଜିପିର ବିଧାୟକ ଥିଲେ। କିନ୍ତୁ ସେପ୍ଟେମ୍ବରରେ ସେ ଏମଜିପି ଛାଡ଼ି ଟିଏମସିରେ ମିଶିଥିଲେ। ମାମଲେଦାର କହିଛନ୍ତି, “ସେମାନଙ୍କର ମେଣ୍ଟ ଅନୁସାରେ ଖ୍ରୀଷ୍ଟିୟାନ ଭୋଟ ଟିଏମସିକୁ ଯିବ ଓ ହିନ୍ଦୁ ଭୋଟ ଏମଜିପି ଖାତାରେ ପଡ଼ିବ। ଏପରି କରି ଟିଏମସି ଗୋଆରେ ଥିବା ଧାର୍ମିକ ଭାଇଚାରକୁ ନଷ୍ଟ କରିବାକୁ ଚାହୁଁଛି।

ସାଂପ୍ରଦାୟିକ କାର୍ଡ ଖେଳି ଟିଏମସି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି। ଭୋଟ ପାଇଁ ଟିଏମସି ଗୃହ ଲକ୍ଷ୍ମୀ ଯୋଜନା ଲାଗୁ କରିବ ବୋଲି କହିଛି। ସମାନ ଯୋଜନା ପଶ୍ଚିମବଙ୍ଗରେ ମଧ୍ୟ ଲାଗୁ ହୋଇଛି। ହେଲେ ପଶ୍ଚିମବଙ୍ଗରେ ମହିଳାଙ୍କୁ ଏହି ଯୋଜନା ଅଧୀନରେ ୫ଶହ ଟଙ୍କା ଲେଖାଏ ଦିଆଯାଉଛି। କିନ୍ତୁ ଏଠାରେ ସେମାନେ ୫ ହଜାର ଟଙ୍କା ଲେଖାଏ ଦେବେ ବୋଲି କହିଛନ୍ତି। ଏହା କେବେ ହେଲେ ସମ୍ଭବ ନୁହେଁ। କେବଳ ଗୋଆବାସୀଙ୍କ ତଥ୍ୟ ଚୋରି କରିବାକୁ ଏହି ଯୋଜନା ନାଁରେ ସର୍ଭେ କରାଯାଉଛି।”