ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ : ପୁରସ୍କାର ଫେରାଉଥିବା ଲୋକ ଦେଶଭକ୍ତ ନୁହନ୍ତି

ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ : ପୁରସ୍କାର ଫେରାଉଥିବା ଲୋକ ଦେଶଭକ୍ତ ନୁହନ୍ତି

ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ : ପୁରସ୍କାର ଫେରାଉଥିବା ଲୋକ  ଦେଶଭକ୍ତ ନୁହନ୍ତି
ଭୋପାଳ : କୃଷକ ମାନଙ୍କ ପକ୍ଷରୁ ଚାଲିଥିବା ଦେଶବ୍ୟାପୀ ଆନେ୍ଦାଳନ ପ୍ରତିବାଦରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ପକ୍ଷରୁ ପୁରସ୍କାର ଫେରସ୍ତ କରାଯାଉଛି । ଏହାକୁ ନେଇ ବିଭିନ୍ନ ମହଲରୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ତେବେ ଏହାକୁ ନେଇ ଜନୈକ ବିଜେପି ମନ୍ତ୍ରୀ ଏକ ବିବାଦୀୟ ବୟାନ ଦେଇଛନ୍ତି । ପୁରସ୍କାର ଫେରାଉଥିବା ବ୍ୟକ୍ତି ବିଶେଷ ଦେଶଭକ୍ତ ନୁହନ୍ତି ବୋଲି ମତ ଦେଇଛନ୍ତି ମଧ୍ୟପ୍ରଦେଶ କୃଷି ମନ୍ତ୍ରୀ କମଲ ପଟେଲ । ଯେଉଁମାନେ ପୁରସ୍କାର ଫେରାଉଛନ୍ତି ସେମାନଙ୍କୁ ପୁରସ୍କାର ତାଙ୍କ ବୁଦ୍ଧିମତା ପାଇଁ ପ୍ରଦାନ କରାଯାଇଛି, ଦେଶଭକ୍ତି ପାଇଁ ନୁହେଁ । ଭାରତ ମାକୁ ଗାଳି ଦେଇ ପୁରସ୍କାର ହାସଲ କରୁଥିବା ବ୍ୟକ୍ତି ମାନେ ହିଁ ନିଜର ପୁରସ୍କାର ଫେରାଉଛନ୍ତି । ଅତୀତରେ ମଧ୍ୟ ଅନେକ ଥର ପୁରସ୍କାର ଫେରାଇବାର ରାଜନୀତି ହୋଇଛି । ତେଣୁ ଏମାନଙ୍କୁ ଗମ୍ଭୀରତାର ସହିତ ନେବା ଅନୁଚିତ ବୋଲି ପଟେଲ କହିଛନ୍ତି ।