ବିଜେପି ଛାଡିଲେ ସୁବାଷ ଚୌହାନ
ବିଜେପି ଛାଡିଲେ ସୁବାଷ ଚୌହାନ
admin
Mar 26, 2019 - 08:35
Updated: Mar 26, 2019 - 08:35
ଭୁବନେଶ୍ୱର : ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ସୁବାଷ ଚୌହାନ । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ବରଗଡ ଲୋକସଭା ଆସନରୁ ସୁବାସ ଚୌହାନ ଆଶାୟୀ ଥିଲେ । ତେବେ ବିଜେପି ତାଙ୍କୁ ଟିକେଟ୍ ନଦେଇ ସେଠାରେ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି । ଏଥିରେ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡିଥିବା କୁହାଯାଉଛି ।ଦଳ ଛାଡିବା ପାଇଁ ସଭାପତି ବାଧ୍ୟ କରିଥିବା ଇସ୍ତଫାରେ ଲେଖିଲେ ସୁବାଷ । କୁଚକ୍ରୀ ଗୋଷ୍ଠୀ ସହ ମିଶି ଅଣଦେଖା କରିଥିବା ଅଭିଯୋଗ ଆଣିଛନ୍ତି । ମୋ ଟିକେଟ କାଟି ମୋତେ ଅପମାନ କରିଛନ୍ତି । ବିଜେପି ଏକ ନିର୍ଦ୍ଦିଷ୍ଟ ଲୋକର ଜାଗିର ବୋଲି ସୁବାଷ ଚୌହାନ କହିଛନ୍ତି ।
ବିଜେପି ଛାଡିବା ପରେ ସୁବାସ ଚୌହାନଙ୍କ ପ୍ରତିକ୍ରିୟା ରଖିଛନ୍ତି । ଇସ୍ତଫା ପଛରେ ବହୁତ କାହାଣୀ ରହିଛି । କିଛି କୁଚକ୍ରୀ ଗୋଷ୍ଠୀଙ୍କ ଯୋଗୁଁ ମୁଁ ଇସ୍ତଫା ଦେଲି । ଗତ ୫ବର୍ଷ ଧରି ମୁଁ ଲୋକଙ୍କ ସେବା କରିଛି । ସଂସଦରେ ରାଜ୍ୟର ଅନେକ ପ୍ରଶ୍ନ ଉଠାଇଛି । ମୋତେ ଲାଗିଲା ବରଗଡ ନେତାଙ୍କୁ ତାସଲ୍ୟ କରାଯାଉଛି । ଲୋକଙ୍କ ସହ ଆଲୋଚନା ପରେ ପରବର୍ତୀ ନିଷ୍ପତି ନେବି ।
ସୂଚନାଯୋଗ୍ୟଯେ, ତାଙ୍କର ଏକ ଫେସବୁକ ପୋଷ୍ଟ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ସେ ଉଲ୍ଳେଖ କରିଥିଲେଯେ, ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି ।ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ ।ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି । ବିଜେପି କୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ ଲୋକସଭା ବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଲୋକସଭା ଟିକଟ କାଟି ଦିଆଗଲା ।ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା ।ପାର୍ଟିର ବରିଷ୍ଠ ନେତାମାନେ ମୋର କାର୍ୟ୍ୟକର୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ ।କିନ୍ତୁ ଅପମାନର ସୀମା ଟପିଗଲା ।