ବିଇଓଙ୍କୁ ଚିକେନ, ଛାତ୍ରଙ୍କୁ ଡାଲି

ବିଇଓଙ୍କୁ ଚିକେନ, ଛାତ୍ରଙ୍କୁ ଡାଲି

ବିଇଓଙ୍କୁ ଚିକେନ, ଛାତ୍ରଙ୍କୁ ଡାଲି
ସୁନ୍ଦରଗଡ଼: ଛାତ୍ରଙ୍କୁ ଦିଆଗଲା ଭାତ ଓ ଡାଲି । କିନ୍ତୁ ବିଇଓଙ୍କ ଭାତ ଥାଳିରେ ପରସା ଗଲା ଚିକେନ । ମଧ୍ୟାହ୍ନଭୋଜନରେ ବିଇଓ ଖାଇଲେ ଚିକେନ । ଏଭଳି ସମ୍ବେଦନହୀନ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାକ ବ୍ଲକ ଅନ୍ତର୍ଗତ ତିଲେଇମଲେ ସ୍କୁଲରେ । ମଧ୍ୟାହ୍ନ ଭୋଜନ ମାନ ଯାଞ୍ଚ ବେଳେ ଏଭଳି ଚିତ୍ର ସାମନାକୁ ଆସିଛି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ପାଇଁ ଯାଇଥିବା ଅଧିକାରୀ ଖାଇଲେ ସୁସ୍ୱାଦୁ ବ୍ୟଞ୍ଜନ ଓ ପିଲାଏ ଖାଇଲେ ଭାତ ସାଙ୍ଗରେ ଖାଲି ଡାଲି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ , ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଜାଞ୍ଚ୍ ପାଇଁ ବଣେଇ ବ୍ଲକ ଶିକ୍ଷାଧିକାରୀ ବିନୟ ପ୍ରକାଶ ସଏ ତିଲେଇମାଲ ସ୍କୁଲକୁ ଯାଇଥିଲେ । ତାଙ୍କୁ ସ୍ୱାଗତ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁପି ଚନ୍ଦନ କିସାନ । ତାପରେ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ପ୍ରକ୍ରିୟା । ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକଙ୍କ ସହ ତଳେ ବସି ଖାଇଥିଲେ ବିଇଓ । ହେଲେ ଏହି ସମୟରେ ପିଲା ଏବଂ ବିଇଓଙ୍କ ମଧ୍ୟରେ ଭେଦଭାବ ଦେଖିବାକୁ ମିଳିଥିଲା । ପିଲାଙ୍କ ଥାଳିରେ ଭାତ-ଡାଲି ଥିବାବେଳେ ଉଭୟ ସାରଙ୍କ ଥାଳିରେ ଥିଲା ଭାତ, ଡାଲି, ସହିତ ସାଲାଡ୍ ଓ ଚିକେନ । ସେହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।