ବାରବାଟୀ ଦିନିକିଆ ଆଉ ୧୦ ଦିନ
ବାରବାଟୀ ଦିନିକିଆ ଆଉ ୧୦ ଦିନ
admin
Dec 11, 2019 - 14:08
Updated: Dec 11, 2019 - 14:08
କଟକ- ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଦଳର ଖାଦ୍ୟ ତାଲିକା ଓସିଏ ନିକଟରେ ପହଞ୍ଚିସାରିଛି । ସେହି ଅନୁସାରେ ହୋଟେଲକୁ ରୋଷେଇ କରିବା ପାଇଁ ତାଲିକା ହସ୍ତାନ୍ତର କରାଯାଇଛି । ତେବେ ଉଭୟ ଦଳ କମ ଚର୍ବିଯୁକ୍ତ ଖାଦ୍ୟକୁ ଅଧିକ ପସନ୍ଦ କରିଛନ୍ତି । ଭାରତୀୟ ଖେଳାଳିଙ୍କ ପାଇଁ ବ୍ରେକଫାଷ୍ଟରେ ଟୋଷ୍ଟେଡ ବ୍ରେଡ, ଡ୍ରାଏ ଫ୍ରୁଟସ, କଟ ଫ୍ରୁଟସ, କ୍ଷୀର, ଦହି, ଜୁସ, ପଇଡ ପାଣି, ସୁଗାର ଫି୍ର ଜାମ୍, ଇଡଲି, ଦୋସା, ସମ୍ବର, ଚଟଣି, ଚା, କଫି, ଅମଲେଟ୍ ପ୍ରସ୍ତୁତ ରହିବ । ସେହିପରି ମଧ୍ୟାହ୍ନ ଭୋଜନ ଓ ରାତି୍ରଭୋଜନରେ ନାଲି ଉଷୁନା ଭାତ, ରୁଟି ସହ ଗ୍ରୀନ ସାଲାଡ, ସିଝା ଅଣ୍ଡା, ଗ୍ରୀଲଡ ଚିକେନ, ପନିର ଲବାବଦାର, ଚିକେନ ତରକାରି, ଗ୍ରୀଲଡ ମାଛ, ଡାଲି, ତଡ଼କା, ଦିୱାନି ଦମ କି ହାଣ୍ଡି, ସମ୍ବର, ପାମ୍ପଡ, ଆମ୍ବ ଆଚାର, ଦହି, ଆଭୋକାତୋ ରାଇତା ଖାଇବା ପାଇଁ ତାଲିକା ଆସିଛି ।
ୱେଷ୍ଟଇଣ୍ଡିଜ ଦଳ ପାଇଁ ଅଭ୍ୟାସ ପୂର୍ବରୁ ପାଉଁରୁଟି, ରୋଲ, ବଟର ପନିର ସିଝା ଅଣ୍ଡା, ସାଲାଡ, ରୋଷ୍ଟେଡ ଚିକେନ, ବିଫ, କମ୍ ଚର୍ବିଯୁକ୍ତ କ୍ଷୀର, ମହୁ, ଓଟ୍ସ, ବିଭିନ୍ନ ଫଳ, ଫଳ ରସ, ଚା, କଫି ଇତ୍ୟାଦି ରହିବ । ଅଭ୍ୟାସ ପରେ ସେମାନେ ସୁଇଟ କର୍ଣ୍ଣ ସୁପ, ନାଲି ଉଷୁନା ଭାତ, ବାସୁମତୀ ଭାତ, ପାସ୍ତା ସହ ଗ୍ରିଲଡ ଚିକେନ, ରୋଷ୍ଟେଡ ଚିକେନ, ବ୍ରକୋଲି, ଗାଜର, କୋବି, ଭେଣ୍ଡିରେ ପ୍ରସ୍ତୁତ ସାଧା ତରକାରି ସାଲାଡ ନେବେ । ମ୍ୟାଚ ଦିନ ମଧ୍ୟାହ୍ନ ଭୋଜନରେ ପାସ୍ତା, ନୁଡୁଲ୍ସ, ଚିକେନ, ମଟନ, ବିଫ, ମାଛ, ସି୍ରମ୍ପ, ସାଧା ଓ ଆମିଷ ସାଣ୍ଡୱିଚ, ଫଳ, ଚକୋଲେଟ ଗାଜର କେକ୍ ଇତ୍ୟାଦି ରହିବ । ମ୍ୟାଚ୍ ପରେ ଖେଳାଳିମାନେ ଭାତ, ଚିକେନ, ତରକାରି, ସାଧା ଭଜା ଖାଇବା ପାଇଁ ତାଲିକା ଆସିଛି ।