ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି : SRC

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି : SRC

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି : SRC
ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ଶୁକ୍ରବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପର ରୂପ ନେଇଛି । ତେବେ ଆସନ୍ତାକାଲି ଅର୍ଥାତ ରବିବାର ଏହା ଅବପାତର ରୂପ ନେବ । ୨୪ ତାରିଖ ସକାଳେ ଏହା ବାତ୍ୟାରେ ରୂପାନ୍ତରିତ ହେବ । ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ଉପକୂଳ ଅତିକ୍ରମ କରିବ । ତେବେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀନ ଜେନା କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଛି । ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀ ଫେରି ଆସିଛନ୍ତି । ଚାଷୀ ଭାଇମାନେ ଅମଳ ଫସଲକୁ ଘୋଡ଼ାଇ ରଖନ୍ତୁ । ବର୍ଷା, ପବନ ହେବ । ସରପଞ୍ଚ, ୱାର୍ଡ ମେମ୍ବର ଓ ମିଶନ ଶକ୍ତି ସ୍ଥାନାନ୍ତରଣରେ ସାହାଯ୍ୟ କରିବେ । ବିଭିନ୍ନ ଏନଜିଓ ଓ ସିଏସଓ ମଧ୍ୟ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିବେ । ବାତ୍ୟାରେ ଅକ୍ସିଜେନ ଉପôାଦନ/ଯୋଗାଣ ପ୍ରଭାବିତ ହେବାକୁ ଦିଆଯିବନି । କୋଭିଡ ହସ୍ପିଟାଲରେ ପାଣି ଓ ବିଦୁ୍ୟତର ବିକଳ୍ପ ବ୍ୟବସ୍ଥା କରାଯିବ । ଆସନ୍ନ ପ୍ରସବାଙ୍କୁ ଆଶ୍ରୟସ୍ଥଳ ପରିବର୍ତ୍ତେ ମେଡିକାଲ ଯିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ନିଦେ୍ର୍ଧଶମାତ୍ରେ ଶୀଘ୍ର ବାତ୍ୟା ଆଶ୍ରୟ ଯିବାକୁ ଏସଆରସି କହିଛନ୍ତି । ବାତ୍ୟା ଆଶ୍ରୟସ୍ଥଳରେ ମାସ୍କ ଦିଆଯିବ । ସ୍ୱାସ୍ଥ୍ୟ ପରୀକ୍ଷା ବି କରାଯିବ । ୧୭ ଏନଡିଆରଏଫ, ୨୦ ଓଡ୍ରାଫ ଓ ୧୫୦ଟି ଅଗ୍ନିଶମ ଟିମ ପ୍ରସ୍ତୁତ ଅଛନ୍ତି । ବାତ୍ୟା ପରବର୍ତ୍ତୀ ମୁକାବିଲା ପାଇଁ ବିଭିନ୍ନ ବିଭାଗକୁ ଦାୟିତ୍ୱ ଦିଆଯାଇଛି ବୋଲି ଏସଆରସି ପ୍ରଦୀନ ଜେନା କହିଛନ୍ତି । ପ୍ରକାଶ ଯେ, ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ଉପକୂଳ ଅତିକ୍ରମ କରିବ । ତେବେ ଏହା ‘ଅତି ଭୀଷଣ’ ବାତ୍ୟାଭାବେ ଉପକୂଳ ଅତିକ୍ରମ କରିବ ବୋଲି ଆଇଏମଡି ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ବାତ୍ୟା ଉପକୂଳ ଛୁଇଁବା ବେଳକୁ ପବନର ବେଗ ୧୨୦ରୁ ୧୬୫ କିମି ରହିବ । ସ୍ଥଳ ବିଶେଷରେ ମଝିରେ ମଝିରେ ପବନର ବେଗ ୧୮୫ କିମି ଛୁଇଁପାରେ । ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲଶଦେଶ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ । ନିର୍ଦ୍ଧିଷ୍ଟ କେଉଁଠି ସ୍ଥଳଭାଗ ଛୁଇଁବ ତାହା କାଲି ଅବପାତ ହେଲା ପରେ ସ୍ପଷ୍ଟ ହେବ । ବାତ୍ୟା ପ୍ରଭାବରେ ୨୫ ତାରିଖ ଅପରାହ୍ନରୁ ବର୍ଷା ଆରମ୍ଭ ହୋଇଯିବ । ଉତ୍ତର ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଯିବ । ୨୪ ତାରିଖ ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ୨୫ ତାରିଖ ସକାଳୁ ୫୦ରୁ କିମି ପବନର ବେଗ ବଢିବ ବୋଲି ଆଇଏମଡି ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ।