ବାଣୀବିହାରରେ ଗଣ୍ଡଗୋଳ, ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ

ବାଣୀବିହାରରେ ଗଣ୍ଡଗୋଳ, ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ

ବାଣୀବିହାରରେ ଗଣ୍ଡଗୋଳ, ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଶନିବାର ବିଳମ୍ବିତ ରାତିରେ ବାଣୀବିହାର ଭିତରେ ପଶି ହଷ୍ଟେଲ ସାମ୍ନାରେ ଥିବା ୨ରୁ ୩ଟି ଗାଡ଼ି ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ।  ଏହି ଘଟଣା ବାଣୀବିହାର ଗୋଦାବରୀଶ ଛାତ୍ରାବାସ ନିକଟରେ ଘଟିଛି। ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ପରେ ଗାଡି ପୋଡ଼ି ଦେଇଛନ୍ତି କିଛି ଦୁର୍ବୃତ୍ତ।ଗାଡ଼ି ପୋଡ଼ାକୁ ନେଇ ଛାତ୍ରାବାସରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିଥିବା ଜଣାପଡିଛି।

ସୂଚନା ମୁତାବିକ, ଶନିବାର ବିଳମ୍ବିତ ରାତିରେ ବାଣୀ ବିହାର କ୍ୟାମ୍ପସରେ ଭିତରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗାଡି ପାର୍କିଂକୁ ନେଇ ବିବାଦ ଦେଖାଦେଇଥିଲା। ପରେ ବଏଜ ହଷ୍ଟେଲରେ ଥିବା ଦାମୀ ବାଇକ୍ ଓ ସ୍କୁଟିରେ ନିଆଁ ଲଗାଇ ପୋଡି ଦେଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିିଳିଛି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।