ବାଣ ବିସ୍ଫୋରଣରେ ଫରେଷ୍ଟ କର୍ମଚାରୀ ଗୁରୁତର ।
ବାଣ ବିସ୍ଫୋରଣରେ ଫରେଷ୍ଟ କର୍ମଚାରୀ ଗୁରୁତର ।
admin
Jun 24, 2020 - 07:51
Updated: Jun 24, 2020 - 07:51
ଢେଙ୍କାନାଳ ସହରର ଫରେଷ୍ଟ କଲୋନୀରେ ଥିବା ଏକ ଘରେ ରଖାଯାଇଥିବା ବାଣ ବିସ୍ଫୋରଣ ହେବା ଯୋଗୁଁ ସକାଳେ ଜଣେ ଫରେଷ୍ଟ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୭ ଟାରେ ଏହି ଘଟଣା ଘଟିଥିଲା । ତେବେ ହାତୀ ଘଉଡାଇବା ପାଇଁ ଏହିସବୁ ବାଣ ଗୋଟିଏ ଘରେ ରଖାଯାଇଥିଲା । ସେହି ଘର ମଧ୍ୟରେ ସମ୍ପୃକ୍ତ କର୍ମଚାରୀ ଥିବା ବେଳେ କୌଣସି କାରଣବଶତଃ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଘରର ଆଜବେଷ୍ଟ ଉଡିଯିବା ସହ କାନ୍ଥ ଗୁଡିକରେ ଫାଟ ସୃଷ୍ଟି ହୋଇଥିଲା ।
ବିସ୍ଫୋରଣ ସମୟରେ ସୁଜିତ ଏକୁଟିଆ ସେ ଘରେ ଥିଲେ । ତେବେ ନିକଟ ଅତୀତରେ ସେ ତାଙ୍କ ପରିବାର ସହିତ ଗଣେଶ ବଜାରରେ ଅବସ୍ଥିତ କ୍ୱାର୍ଟରକୁ ସ୍ଥାନାନ୍ତରିତ ହୋଇଥିଲେ ବୋଲି ସୂତ୍ରରୁ ପ୍ରକାଶ । ଏହି ବିସ୍ଫୋରଣ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଏହାବ୍ୟତିତ ଟାଉନ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ସୂତ୍ରରୁ ପ୍ରକାଶ।