ବାଣ ବିସ୍ଫୋରଣ : ଛାତ ଉଡ଼ିଗଲା

ବାଣ ବିସ୍ଫୋରଣ : ଛାତ ଉଡ଼ିଗଲା

ବାଣ ବିସ୍ଫୋରଣ : ଛାତ ଉଡ଼ିଗଲା

ଚାନ୍ଦବାଲି :ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ମତୋ ଦକ୍ଷିଣ ସାହିରେ ଜଣଙ୍କ ଘରେ ବାଣ ବିସ୍ଫୋରଣ ଘଟି ଛାତ ଉଡ଼ିଗଲା। ବିସ୍ଫୋରଣ ଏତେ ଜୋର ଥିଲା ଯେ ପୂରା ଘର ମାଟି କାମୁଡ଼ି ପଡ଼ିଥିଲା। ଘରର କାନ୍ଥ ଇଟା ବିଭିନ୍ନ ଲୋକଙ୍କ ଘରେ ଛିଟିକି ଯାଇ ପଡ଼ିଥିଲା। ପ୍ରଚଣ୍ଡ ଶବ୍ଦ ଯୋଗୁ ଗାଁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସେପଟେ ବିସ୍ଫୋରଣ ଯୋଗୁ ଏହି ଘରେ ଥିବା ଜଣେ ବ୍ୟକ୍ତି ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ତାଙ୍କ ନାମ ବିଷ୍ଣୁ ମୋହନ। ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ଘରେ ଗଚ୍ଛିତ ଥିବା ବାଣ କୌଣସି କାରଣରୁ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି।

ସୂଚନା ମୁତାବକ  ବିଷ୍ଣୁ ମୋହନ ଜଣେ ବାଣ ବ୍ୟବସାୟୀ ଓ ବାଣ କାରିଗର। ଘରେ ବାଣ ରଖିଥିବା ଯୋଗୁଁ କୌଣସି କାରଣରୁ ନିଆଁ ଲାଗି ଏପରି ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ଆଉ କିଛି ଗ୍ୟାସରୁ ନିଆଁ ଲାଗି ଘଟଣା ଘଟିଛି ବୋଲି କହୁଛନ୍ତି।

ତେବେ ନିଆଁ ଲାଗିବା ପରେ ୧୦ ରୁ ୧୫ମିନିଟ ପର୍ୟ୍ୟନ୍ତ ଘରେ ଥିବା ବାଣ ଫୁଟିବାକୁ ଲାଗିଥିଲା। ଘଟଣା ସ୍ଥଳରେ ଚାନ୍ଦବାଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା। ସାଇଣ୍ଟିଫିକ ଟିମର ତଦନ୍ତ ପରେ ବିସ୍ଫୋରଣର କାରଣ ସ୍ପଷ୍ଟ ହେବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।