ବାଜିଲା ସ୍କୁଲ୍ ଘଣ୍ଟି, ଖୋଲିଲା ଶ୍ରେଣୀଗୃହ
ବାଜିଲା ସ୍କୁଲ୍ ଘଣ୍ଟି, ଖୋଲିଲା ଶ୍ରେଣୀଗୃହ
ଭୁବନେଶ୍ୱର: ବାଜିଛି ସ୍କୁଲ୍ ଘଣ୍ଟି। କୋଭିଡ କଟକଣା ମଧ୍ୟରେ ଖୋଲିଛି ଶ୍ରେଣୀଗୃହ। କରୋନାର ତୃତୀୟ ଲହରି ଭିତରରେ ଆଜିଠୁ ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି । ଆଜି ୧୦ଟାରେ ସ୍କୁଲ ଘଣ୍ଟି ବାଜିବା ପରେ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହକୁ ପ୍ରବେଶ କରିଛନ୍ତି । କରୋନା କଟକଣା ଭିତରେ ଆରମ୍ଭ ହେଉଛି ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ କ୍ଲାସରୁମରେ ପାଠପଢ଼ା । ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ ସକାଳ ୧୦ରୁ ଦିନ ଗୋଟାଏ ଏବଂ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ । ତେବେ ସ୍କୁଲରେ ମଧ୍ୟାହ୍ନଭୋଜନ ପାଇଁ ଅନୁମତି ଦିଆଯିବ ନାହିଁ । ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ।
କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ, ବିଭିନ୍ନ ସ୍କୁଲରେ ସିଟିଂ ଆରେଞ୍ଜମେଣ୍ଟଠୁ ଆରମ୍ଭ କରି ବିଶୋଧନ ବ୍ୟବସ୍ଥା ଯାଏ ସମ୍ପୂର୍ଣ୍ଣ କରିଛନ୍ତି କର୍ତ୍ତୃପକ୍ଷ । ସ୍କୁଲ ସହ ହଷ୍ଟେଲ ମଧ୍ୟ ଖୋଲୁଛି । ତେଣୁ ପିଲାଙ୍କ ମଧ୍ୟରେ ଯେପରି ସଂକ୍ରମଣ ନ ବଢ଼ିବ, ତାକୁ ଗୁରୁତ୍ୱ ଦେଇ ସ୍କୁଲ୍ ଗୁଡ଼ିକରେ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ର ବ୍ୟବସ୍ଥା ରହିଛି । ପିଲାମାନଙ୍କୁ ସକାଳ ୧୦ଟାରୁ ଥର୍ମାଲ ସ୍କ୍ରିନିଂ କରି କ୍ଲାସକୁ ଛଡାଯାଇଛି । ଆଜିଠୁ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନଗୁଡିକରେ କ୍ଲାସ ଆରମ୍ଭ ହେଉଛି । ଶିକ୍ଷାନୁଷ୍ଠାନ ଖୋଲିଥିଲେ ମଧ୍ୟ ଉଭୟ ଅଫଲାଇନ୍ ଏବଂ ଅନଲାଇନ୍ ପାଠପଢା ଜାରି ରହିବ ।




admin 