ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା, ୮ ମୃତ

ନୂଆଦିଲ୍ଲୀ: ପଞ୍ଜାବ ଗଡଶଙ୍କରଠାରେ ବୁଧବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶ୍ରଦ୍ଧାଳୁମାନେ ବୈଶାଖୀ ସମାଗମ ପାଇଁ ଗଙ୍ଗା ଅଭିମୁଖେ ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲରେ ଅନ୍ୟ ୩ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନା ମୁତାବକ, ପ୍ରାଣ ହରାଇଥିବା ୫ଜଣ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି ଲୋକଙ୍କ କହିବା କଥା ଗଡଶଙ୍କର ରାସ୍ତାର ଅବସ୍ଥା ଅତି ଖରାପ । ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ବି ଏଥିପ୍ରତି କେହି ଦୃଷ୍ଟି ଦେଉନାହାଁନ୍ତି । ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ପୁଲିସ ତଲାସି ଜାରି ରଖିଛି ।