ବର୍ଷା ପବନ ସହ କାଳବୈଶାଖୀ , ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବର୍ଷା ପବନ ସହ କାଳବୈଶାଖୀ , ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବର୍ଷା ପବନ ସହ କାଳବୈଶାଖୀ , ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ଦୁର୍ବଳ ଅବସ୍ଥାରେ ଗତି କରୁଛି । ସେଥିପାଇଁ ଓଡ଼ିଶାରେ ମୌସୁମୀ ବର୍ଷାର ସମ୍ଭାବନା ନାହିଁ । ଏହି ପରିସ୍ଥିତିରେ ବିଭିନ୍ନ ଜିଲ୍ଲାର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି । ତେବେ ଆଜି ୧୨ ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି, ବର୍ଷା ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଆଜି ରାଜ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ରାୟଗଡ଼ା, ନୟାଗଡ଼, ଗଜପତି, ବୌଦ୍ଧ,ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ ବର୍ଷା ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏନେଇ ଉକ୍ତ ୧୨ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଆଗାମୀ ଦୁଇ ଦିନ ପାଗ ଶୁଖିଲା ରହିବା ସହ କେତେକ ସ୍ଥାନରେ କାଁ ଭାଁ ହାଲୁକା ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ଅଗଷ୍ଟ ୧ ଓ ୨ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣଇପାଗ ବିଭାଗ ସୂଚନା ଦେଇଛି ।