ବର୍ଷର ଶେଷ କ୍ୟାବିନେଟରେ କି ଘୋଷଣା

ବର୍ଷର ଶେଷ କ୍ୟାବିନେଟରେ କି ଘୋଷଣା

ବର୍ଷର ଶେଷ କ୍ୟାବିନେଟରେ କି ଘୋଷଣା


ଭୁବନେଶ୍ୱର: ବର୍ଷର ଶେଷ କ୍ୟାବିନେଟ ବୈଠକ । ୨୦୨୧ ବର୍ଷ ସରିବ ଆଜି । ଆଉ ଆଜି ଦିନ ୧୨ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭର୍ଚୁଆଲରେ ଯୋଗ ଦେବେ । ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନେ ଭର୍ଚୁଆଲରେ କିମ୍ବା ଲୋକସେବା ଭବନରୁ ବୈଠକରେ ସାମିଲ ହେବେ । ବର୍ଷର ଶେଷ କ୍ୟାବିନେଟ ବୈଠକରେ ନବୀନ କି  ବଡ଼ ଘୋଷଣା କରିବେ, ତାହା ଉପରେ ସଭିଙ୍କ ନଜର ଅଟକିଛି । ଯେହେତୁ ଓଡ଼ିଶା ପଂଚାୟତ ଭୋଟକୁ ଯାଉଛି, ତେଣୁ କିଛି ବଡ଼ ଘୋଷଣା ହୋଇପାରେ ।

  ମିଳିଥିବା ସୂଚନା ଅନୁଯାୟୀ ୧୦ରୁ ଅଧିକ ପ୍ରସ୍ତାବରେ ମୋହର ମାରିପାରେ କ୍ୟାବିନେଟ । ଏହା ଭିତରେ ପଂଚାୟତିରାଜ, ନଗର ଉନ୍ନୟନ, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ, ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗର କେତେକ ବଡ଼ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ । କ୍ୟାଡର ପୁନର୍ଗଠନ ସଂପର୍କିତ କିଛି ନିଷ୍ପତ୍ତି ବି ହୋଇପାରେ । ତେବେ କିଛି ବଡ଼ ତଥା ଆକସ୍ମିକ ନିଷ୍ପତ୍ତି ନେଇ ନବୀନ ସଭିଙ୍କୁ ଚକମା ଦେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।