ବଡ ଖବର : ଓଡିଶାରେ ମେ’ ୫ରୁ ୧୯ ଯାଏଁ ଲକଡାଉନ ଘୋଷଣା

ବଡ ଖବର : ଓଡିଶାରେ ମେ’ ୫ରୁ ୧୯ ଯାଏଁ ଲକଡାଉନ ଘୋଷଣା

ବଡ ଖବର : ଓଡିଶାରେ ମେ’ ୫ରୁ ୧୯ ଯାଏଁ ଲକଡାଉନ ଘୋଷଣା
ଭୁବନେଶ୍ୱର: କରୋନା ସଂକ୍ରମଣ ଏବେ ସାଂଘାତିକ ସ୍ଥିତିରେ । କରୋନା ଏବେ ବେକାବୁ ତଥା ବେଲଗାମ ହୋଇଯାଇଛି । ଯାହାକୁ ନେଇ ସମସ୍ତେ ଉଦବିଗ୍ନ । ଭୟଭୀତ । କରୋନା ସଂକ୍ରମଣର ନିଆଁ ଏବେ ହୁତ ହୁତ ହୋଇ ଜଳୁଛି । କରୋନା ଶୃଙ୍ଖଳ ଭାଙ୍ଗିବାକୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ପରିସ୍ଥିତି ସୃଷ୍ଟି କରିଛି । ନାଇଟ କର୍ଫୁ୍ୟ ଓ ସପ୍ତାହାନ୍ତ ସଟଡାଉନ ସତ୍ତ୍ୱେ ସଂକ୍ରମଣ ଥମିବାର ନା ନେଉନି । ଏଭଳି ସ୍ଥିତିରେ କରୋନା ଚେନ ଭାଙ୍ଗିବାକୁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା ରାଜ୍ୟରେ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର । ମେ ୫ରୁ ୧୯ ପର୍ଯ୍ୟନ୍ତ ଲକଡାଉନ ବଳବତର ରହିବ । ମେ ୫ ବୁଧବାର ସକାଳ ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ । ପ୍ରତିଦିନ ଚାଲି ଚାଲି ପରିବା କିଣିବାକୁ ଯାଇ ପାରିବ । ସକାଳ ୬ରୁ ୧୨ଟା ଯାଏଁ ପନିପରିବାର କିଣିବାକୁ ପାଦରେ ଚାଲି ଚାଲି ଯାଇ ପାରିବେ ।