ଫେରି ଆସିଲା ଏୟାର୍ ଇଣ୍ଡିଆ ବିମାନ
ଫେରି ଆସିଲା ଏୟାର୍ ଇଣ୍ଡିଆ ବିମାନ
ମସ୍କୋ : ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଘୋଷଣା ପରେ ରଷିଆ ପକ୍ଷରୁ ସମସ୍ତ ବ୍ୟବସାୟିକ ବିମାନ ଉଡ଼ାଣ ବନ୍ଦ କରାଯାଇଛି। ରୁଷିଆ ଏୟାର୍ ସ୍ପେସ୍ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ଫଳରେ ଏହା ମଧ୍ୟରେ ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବାକୁ ୟୁକ୍ରେନ୍ ଯାଇଥିବା ଏୟାର୍ ଇଣ୍ଡିଆ ବିମାନ ଫେରି ଆସିଛି। ହଜାର ହଜାର ବିଦେଶୀ ନାଗରିକ ବିମାନ ବନ୍ଦର ନିକଟରେ ଫସି ରହିଥିବା ଜାଣିବାକୁ ମିଳିଛି । ଅନେକ ଭାରତୀୟ ମଧ୍ୟ ୟୁକ୍ରେନରେ ରହିଛନ୍ତି । ଯୁଦ୍ଧ ପାଇଁ ସବୁ ଦେଶ ନିଜ ନିଜର ନାଗରିକଙ୍କୁ ୟୁକ୍ରେନରୁ ଆଣୁଥିବାବେଳେ ୟୁକ୍ରେନର ଏହି ନିଷ୍ପତି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।
ୟୁକ୍ରେନ ଓ ଋଷ ଯୁଦ୍ଧ ପ୍ରାରମ୍ଭିକ ପର୍ୟ୍ୟାୟରେ ଥିବାବେଳେ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଆରମ୍ଭ ହୋଇଛି । ୟୁକ୍ରେନର ଅନୁରୋଧ ପରେ ଏହି ବୈଠକ ଆହୂତ ହୋଇଛି । ଯୁଦ୍ଧ ପରିସ୍ଥିତିକୁ ଟାଳିବା ପାଇଁ କି ପଦକ୍ଷେପ ଗ୍ରହଣ କରାଯିବ ସେନେଇ ବୈଠକରେ ନୀତି ନିର୍ଦ୍ଧାରଣ କରାଯିବ ।




admin 