ଫେବୃୟାରୀ ୨ରେ ପେପର୍ଲେସ୍ ବଜେଟ୍
ଫେବୃୟାରୀ ୨ରେ ପେପର୍ଲେସ୍ ବଜେଟ୍
ନୂଆଦିଲ୍ଲୀ: ଫେବୃଆରୀ ୨ ତାରିଖରେ ସଂସଦରେ ପେପରଲେସ ବଜେଟ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍ ଉପସ୍ଥାପନ କରିବେ। ଚଳିତ ବର୍ଷ ବଜେଟର ପ୍ରିଣ୍ଟ ତିଆରି କରାଯିବ ନାହିଁ । ଚଳିତ ବର୍ଷ ବଜେଟ ଅଧିବେଶନ ଆରମ୍ଭରୁ ହେବନି ହାଲୱା ପ୍ରସ୍ତୁତି । କୋରୋନା କଟକଣା ମଧ୍ୟରେ ବଜେଟ ଉପସ୍ଥାପିତ ହୋଇଥିବାବେଳେ ଚଳିତ ଥର ହାଲୱା ତିଆରି ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି । ତେଣୁ କର୍ମଚାରୀମାନଙ୍କୁ ହାଲୱା ବଦଳରେ ମିଠା ଦିଆଯିବ । ତେବେ ଗତବର୍ଷ ଜାନୁଆରୀ ୨୩ତାରିଖରେ ସଂସଦରେ ହାଲୱା ପ୍ରସ୍ତୁତି ନୀତି ହୋଇଥିଲା । ଏହି ଅବସରରେ ଅର୍ଥମନ୍ତ୍ରୀ, ରାଜସ୍ବ ଅର୍ଥମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ। କୋରୋନା ଯୋଗୁଁ ଗତବର୍ଷଠାରୁ ପେପରଲେସ ବଜେଟ ଉପସ୍ଥାପନ ଆରମ୍ଭ ହୋଇଛି । ଏଥିସହ ଏକ ଆପ୍ ମଧ୍ୟ ଲଞ୍ଚ କରାଯାଇଛି । ଯାହା ଫଳରେ ସମସ୍ତ ସଂସଦ ଓ ସାଧାରଣ ଜନତା ବଜେଟ ଦସ୍ତାବିଜକୁ ଦେଖିପାରିବେ।




admin 