ଫ୍ଆଇଏଚ୍ ପୁରୁଷ ପ୍ରୋ-ଲିଗ୍ ହକି : ଆଜି ଭାରତ – ଅଷ୍ଟ୍ରେଲିଆ ମୁକାବିଲା
ରାଉରକେଲା: ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ପ୍ରୋ-ଲିଗ୍ ହକି ୨୦୨୨-୨୩ର ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ। ହରମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତ ୫ଟି ମ୍ୟାଚରୁ ୩ଟି ବିଜୟ, ଗୋଟିଏ ସୁଟ୍ଆଉଟ୍ ବିଜୟ ଓ ଗୋଟିଏ ସୁଟ୍ଆଉଟ୍ ପରାଜୟ ସହ ୧୧ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନରେ ରହିଛି। ଦଳ ଶେଷ ଲିଗ୍ ମ୍ୟାଚରେ ବିଶ୍ବ ବିଜେତା ଜର୍ମାନୀକୁ ୩-୨ ଗୋଲରେ ପରାସ୍ତ କରିଥିଲା। ହରମନପ୍ରୀତଙ୍କ ସମେତ ସୁଖଜିତ ସିଂହ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ନୂତନ ପ୍ରଶିକ୍ଷକ କ୍ରେଗ୍ ଫୁଲଟନଙ୍କ ପ୍ରଶିକ୍ଷଣରେ ଦଳ ପ୍ରଥମ ମ୍ୟାଚ ବିଜୟୀ ହୋଇଛି। ଯାହା ଆଗାମୀ ମ୍ୟାଚ ପାଇଁ ନିଶ୍ଚିତ ଉତ୍ସାହ ଯୋଗାଇବ। ଅଷ୍ଟ୍ରେଲିଅା ଦୁର୍ବଳ ଫର୍ମରେ ରହିଥିବାରୁ ଭାରତ ଘରୋଇ ପଡିଆରେ ବିଜୟଧାରାକୁ ବଜାୟ ରଖିବା ନେଇ ଚେଷ୍ଟା କରିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୫ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ସୁଟ୍ଆଉଟ୍ ବିଜୟ ଓ ୩ଟି ପରାଜୟ ସହ ୪ ପଏଣ୍ଟ ପାଇ ଟେବୁଲର ୮ମ ସ୍ଥାନରେ ରହିଛି। ଦଳ ଶନିବାର ୫ମ ମ୍ୟାଚରେ ଜର୍ମାନୀ ନିକଟରୁ ପରାଜିତ ହୋଇଥିଲା। ଦଳ ଭାରତ ବିପକ୍ଷରେ ବିଜୟ ନେଇ ନିଶ୍ଚିତ ଉଦ୍ୟମ କରିବ।




admin 