ପ୍ରଦୂଷଣରୁ ରକ୍ଷା କରିବ ମହୋଷଧି
ପ୍ରଦୂଷଣରୁ ରକ୍ଷା କରିବ ମହୋଷଧି
admin
Mar 17, 2020 - 11:03
Updated: Mar 17, 2020 - 11:03
ଆମ ରୋଷେଇ ଘରେ ହିଁ ଥିବା ମସଲାକୁ ଯଥା ଭାବେ ଉପଯୋଗ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ବିଶେଷଜ୍ଞଙ୍କ ମତରେ ପ୍ରତ୍ୟହ ରାତିରେ ଶୋଇବା ପୂର୍ବରୁ ତ୍ରିଫଳା ଚୂର୍ଣ୍ଣ ଅଧଚାମଚରେ ମହୁ ମିଶାଇ ଖାଇଲେ ଶରୀରକୁ ଶକ୍ତି ମିଳେ । ନିଶାସେବନ କରୁଥିବା ଲୋକଙ୍କ ଦୃଷ୍ଟି ଶକ୍ତି ଓ ଯକୃତକୁ ହାନି ହୋଇଥାଏ । ପ୍ରତ୍ୟହ ରାତ୍ରିଭୋଜନ ପରେ ସେମାନେ ଏହି ମିଶ୍ରଣ ଖାଇବା ସ୍ୱାସ୍ଥ୍ୟ ପାଇଁ ମହୋଷଧି ପରି କାମ କରେ । ନିୟମିତ ଏହାକୁ ଖାଇଲେ ସମୟକ୍ରମେ ନିଶାସେବନ ଆଗ୍ରହ କମ ହେଉଥିବାର ପରୀକ୍ଷାରୁ ଜଣାପଡ଼ିଛି ।
ଅନ୍ୟ ଏକ ମହୌଷଧି ହେଉଛି ହଳଦୀ । କଞ୍ଚା ହଳଦୀକୁ ଗୁଣ୍ଡ କରି ଉଷୁମ ଖିରରେ ନଚେତ ମହୁ ସହ ଖାଇପାରିବେ । ପେଟରୋଗ କମ କରିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଏହା କାରଣରୁ ବଢ଼ିଥାଏ ।
ସକାଳବେଳା ଜଳଖିଆରେ ଅଧ ଚାମଚ ଦେଶୀ ଘିଅ ଖାଆନ୍ତୁ । ପ୍ରଦୂଷଣରୁ ରକ୍ଷା କରିବା ନିମନ୍ତେ ଏହା ଶରୀରକୁ ଶକ୍ତି ଯୋଗାଉଥିବାର ବିଶେଷଜ୍ଞଙ୍କ ମତ ।
ଦୈନିକ ତୁଳସୀ ପତ୍ର ୪-୫ଟି ଚୋବାଇ ଖାଆନ୍ତୁ ନଚେତ ଏହାର ରସକୁ ପିଇବା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ।
ଚା’ରେ ଅଦା ରସ ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଇବା ମଧ୍ୟ ଶରୀର ପାଇଁ ଉତ୍ତମ । ଏପରି କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼େ ।