ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିନା ପରୀକ୍ଷାରେ ପାସ୍

ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିନା ପରୀକ୍ଷାରେ ପାସ୍

ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିନା ପରୀକ୍ଷାରେ ପାସ୍
ଭୁବନେଶ୍ୱର: ଶନିବାର ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ । ଖାଲି ସେତିକି ନୁହେଁ ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ ବି ହେବନି । ଗତବର୍ଷ ଭଳି ଏଥର ବି ପରୀକ୍ଷା ନକରି କ୍ଲାସ ପ୍ରମୋସନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ଯାହା ଏବେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ବିଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ବି ଆପାତତଃ ଏହା ହିଁ ସ୍ଥିର ହୋଇଛି । କ୍ଲାସ ଚାଲିଥିବାରୁ ନବମ ପିଲାଙ୍କ ପରୀକ୍ଷା ଅଫ ଲାଇନରେ ହେବ । ନୂଆ ଶିକ୍ଷା ବର୍ଷ ଏପ୍ରିଲରୁ ଆରମ୍ଭ ହୋଇନପାରେବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।