ପୋଲିଓ ପାଇଁ ବନ୍ଦ ରହିବ କୋଭିଡ ଟିକାକରଣ

ପୋଲିଓ ପାଇଁ ବନ୍ଦ ରହିବ କୋଭିଡ ଟିକାକରଣ

ପୋଲିଓ ପାଇଁ ବନ୍ଦ ରହିବ କୋଭିଡ ଟିକାକରଣ
ଭୁବନେଶ୍ୱର: ପୋଲିଓ ପାଇଁ ବନ୍ଦ ରହିବ କୋଭିଡ ଟିକାକରଣ । ଦିନେ କି ଦୁଇ ଦିନ ନୁହେଁ ଏକାବେଳେ ୩ ଦିନ ଟିକାକରଣ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ । ତାଙ୍କ ସୂଚନା ଅନୁଯାୟୀ ଅନ୍ୟ ରାଜ୍ୟ ତୁଳନାରେ ଟିକାକରଣରେ ଓଡ଼ିଶା ପ୍ରଥମ ସ୍ଥାନରେ ଅଛି । ଯେଉଁ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇଥିଲେ ସେମାନେ କାଲିଠୁ ଟିକା ନେଉଛନ୍ତି । ଗତକାଲି ସୁଦ୍ଧା ୧ ଲକ୍ଷ ୯୪ ହଜାର ୦୫୮୮ ଜଣ ଟିକା ନେଇଛନ୍ତି । ଟିକା ନେବାକୁ ଆହୁରି ୧ ଲକ୍ଷ ୪୪ ହଜାର ୬୪୨ ଜଣ ବାକି ଅଛନ୍ତି । ତେବେ ପଲସ ପୋଲିଓ ୩୧ ଜାନୁଆରୀରୁ ଫେବୃଆରୀ ୨ ଯାଏଁ ଚାଲିବ । ଏଥିପାଇଁ ୩ ଦିନ କୋଭିଡ ଟିକାକରଣ ବନ୍ଦ ରହିବ । ଫେବୃଆରୀ ୧୦ ତାରିଖ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଶେଷ କରାଯିବ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।