ପୋଖରୀରେ ବୁଡି ଜଣେ ମୃତ, ୨ଗୁରୁତର

ପୋଖରୀରେ ବୁଡି ଜଣେ ମୃତ, ୨ଗୁରୁତର

ପୋଖରୀରେ ବୁଡି ଜଣେ ମୃତ, ୨ଗୁରୁତର
ନୂଆପଡା : ପୋଖରୀରେ ବୁଡି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲାର ବୋଡେନ୍ ଥାନା ନିକଟ ଧରଣୀମାଲ ଗ୍ରାମରେ । ୨ଜଣ ଗୁରୁତର ନାବାଳିକାଙ୍କୁ ଉଦ୍ଧାର କରାଯାଇ ଖଡିଆଳ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ବୁଧବାର ୩ଜଣ ସାଙ୍ଗ ଗାଁ ପାଖ ପୋଖରୀରେ ଗାଧୋଉ ଥିବାବେଳେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତୁୃ୍ୟ ହୋଇଛି । ଏହାସହ ୨ଜଣ ଗୁରୁତର ହୋଇଥିଲେ । ମୃତ ନାବାଳିକାର ବୟସ ୧୧ବର୍ଷ ହେବ ବୋଲି ଜଣାପଡିଛି।