ପୂର୍ବତନ ଆଇପିଏସ ଅମିତାଭ ଠାକୁର ଗିରଫ
ପୂର୍ବତନ ଆଇପିଏସ ଅମିତାଭ ଠାକୁର ଗିରଫ
ନୂଆଦିଲ୍ଲୀ : କୁକର୍ମ ମାମଲାରେ ଛନ୍ଦି ହୋଇଥିବା ବସପା ସାଂସଦ ଅତୁଲ ରାୟଙ୍କ ସହିତ ମିଶି ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଖବର ପ୍ରସାରଣ କରିବା ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ ପୂର୍ବତନ ଆଇପିଏସ ଅମିତାଭ ଠାକୁରଙ୍କୁ ଗିରଫ କରିଛି । ରାୟଙ୍କ ବିରୋଧରେ ବଳାକ୍ରାର ଅଭିଯୋଗ ଆଣିଥିବା ମହିଳା ଜଣକ ଗତ ସପ୍ତାହରେ ସୁପ୍ରିମକୋର୍ଟ ବାହାରେ ଆତ୍ମଦାହ ଉଦ୍ୟମ କରିଥିଲେ ଏବଂ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ୨୦୧୯ ମେ ୧ ରେ ମହିଳା ଜଣକ ସାଂସଦଙ୍କ ନାମରେ ଲଙ୍କା ଥାନାରେ ବଳାକ୍ରାର ଅଭିଯୋଗ କରିଥିଲେ । ୨୦୨୦ ଡିସେମ୍ବରରେ ସେ ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତ ରାୟଙ୍କ ଠାରୁ ଡାକୁର ଟଙ୍କା ନେଇ ଜଣେ ରାଜନୈତିକ ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ଗତ ଅଗଷ୍ଟ ୨୪ରେ ଠାକୁର ବଳାକ୍ରାର ମାମଲାର ତଦନ୍ତ କମିଟି ନିକଟରେ ହାଜର ହୋଇଥିଲେ ।




admin 