ପୂରଣ ହେବ ୪ହଜାର୭୯୦ କନଷ୍ଟେବଳ ପଦବୀ

ପୂରଣ ହେବ ୪ହଜାର୭୯୦ କନଷ୍ଟେବଳ ପଦବୀ

ପୂରଣ ହେବ  ୪ହଜାର୭୯୦ କନଷ୍ଟେବଳ ପଦବୀ



ଭୁବନେଶ୍ୱର : କମିଶନରେଟ ଓ ଜିଲ୍ଲା ପୁଲିସରେ ଖାଲି ପଡିଥିବା କନଷ୍ଟେବଳ ପଦବୀ ଖୁବଶୀଘ୍ର ପୂରର ହେବ ।  ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଚନ୍ତି । ରାଜ୍ୟ ପୁଲିସରେ ୪ହଜାର୭୯୦ କନଷ୍ଟେବଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।


ଚଳିତବର୍ଷ ୪ଟି ପର୍ଯ୍ୟାୟରେ ଏହା ପୂରଣ କରାଯିବ । ଫଳରେ, ସେମାନଙ୍କୁ ୩୪ଟି ପୁଲିସ୍‌ ଜିଲ୍ଲ  ଓ କମିଶନରେଟ ପୁଲିସରେ ନିଯୁକ୍ତି ଦିଆଯାଇପାରିବ । ଯାହାଫଳରେ ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଦିଗରେ ପୁଲିସର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇପାରିବ । ସରକାରୀ ସ୍ତରରେ ଏତେ ସଂଖ୍ୟକ ନିଯୁକ୍ତି ଯୁବପିଢିମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷାରୁ କୁହାଯାଇଛି ।