ପୁରୀ ପାଇଁ ଏଟିଏମ ମୋବାଇଲ ଭ୍ୟାନ୍

ପୁରୀ ପାଇଁ ଏଟିଏମ ମୋବାଇଲ ଭ୍ୟାନ୍

ପୁରୀ ପାଇଁ ଏଟିଏମ ମୋବାଇଲ ଭ୍ୟାନ୍
ଭୁବନେଶ୍ୱର : ଏସବିଆଇର ମୋବାଇଲ ଏଟିଏମ ଭ୍ୟାନ ଉଦଘାଟିତ ହୋଇଛି । ମୋବାଇଲ ଏଟିଏମ ଉଦଘାଟନ ପରେ ଅର୍ଥ ସଚିବ ଅଶୋକ ମୀନା ସୂଚନା ଦେଇଛନ୍ତି । ବାତ୍ୟା ଫୋନିରେ ପୁରୀ ଜିଲ୍ଲାରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଛି । ଲୋକ ମାନଙ୍କୁ ବ୍ୟାଙ୍କ ସୁବିଧା ଦେବା ପାଇଁ ୨୫ଟି ଏଟିଏମ ମୋବାଇଲ ଭ୍ୟାନ ପୁରୀକୁ ପଠାଯାଇଛି । କ୍ୟାସ ନେଣଦେଣରେ କୌଣସି ଅସୁବିଧା ଉପୁଜିବ ନାହିଁ ବୋଲି ସଚିବ ପ୍ରକାଶ କରିଛନ୍ତି । ଗ୍ରାମଚଂଳରେ ଲୋକମାନେ ସୁବିଧାରେ କ୍ୟାସ ଉଠାଇ ପାରିବେ । ପୁରୀ ଲୋକମାନେ ଏବେ ସୁବିଧା ବ୍ୟାଙ୍କ ସେବା ପାଇ ପାରିବେ ।