ପୁରୀ ଟାଉନ କଂଗ୍ରେସର ଦ୍ୱିତୀୟ ପ୍ରଜାୟ ମିଶ୍ରଣ ପର୍ବ

ପୁରୀ ଟାଉନ କଂଗ୍ରେସର ଦ୍ୱିତୀୟ ପ୍ରଜାୟ ମିଶ୍ରଣ ପର୍ବ

ପୁରୀ ଟାଉନ କଂଗ୍ରେସର ଦ୍ୱିତୀୟ ପ୍ରଜାୟ ମିଶ୍ରଣ ପର୍ବ
ପୂର୍ବରୁ ଶତାଧିକ ଯୁବ ଓ ଛାତ୍ର କର୍ମୀ କଂଗ୍ରେସ ଦଳ ସହ ଯୋଡି ହୋଇଥିବା ବେଳେ ଏବେ ପୁରୀ କଂଗ୍ରେସରେ ଯୋଡି ହଉଛନ୍ତି ଅନେକ ଜନ-ନେତା ଓ ଯୁବ-ଛାତ୍ର ନେତା ଗଣ | ତା ୦୬.ଅକ୍ଟୋବର ପୁରୀ ପେଣ୍ଠକଟା ଅଞ୍ଚଳର ଅନେକ ବିଜେଡି ଓ ବିଜେପି ସାଙ୍ଗଠନିକ ନେତୃ ବୃନ୍ଦ ଗଣ ଓ ଯୁବକ ଗଣ ବିଧିବଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି | ଏହି ମିଶ୍ରଣ ପର୍ବରେ କଂଗ୍ରେସ ତରଫରୁ କୁହା ଯାଇଥିଲା କି ପେଣ୍ଠକଟା ଅଞ୍ଚଳ ଏକ ଦୁର୍ଗମ ଅଞ୍ଚଳ ହୋଇ ରହିଛି | ଏଠି ସରକାରୀ ଯୋଜନା ସବୁ ବାଟବଣା ହେଉଛି | ନା ଭଲ ରାସ୍ତା ଅଛି, ନା ଡ୍ରେନେଜ ବ୍ୟବସ୍ଥା, ଆବାସ ଯୋଜନା ଠାରୁ ବାର୍ଦ୍ଧକ୍ୟ ଭତା ଏବଂ ପଟ୍ଟା ଯୋଜନାରେ ଆଜିବି ଅନେକ ହିତାଧିକାରୀ ରହିଛନ୍ତି ହେଲେ ବିଜେଡି ଓ ବିଜେପି ଦଳର କୁଜି ନେତା ଗଣ ଲୋକଙ୍କ କାର୍ଯ୍ୟ କରିବା ପାଇଁ ଟଙ୍କା ଖାଉଛନ୍ତି | ପେଣ୍ଠକଟା ମଧ୍ୟରେ ସୁନ୍ଦର ସ୍ୱାସ୍ଥ୍ୟ ଗଢିବା ନିମନ୍ତେ ଗୋଟେ "ଜିମ" ନାହିଁକି ଏଠି ଗୋଟେ ପାର୍କ ନାହିଁ - ହେଲେ, ମୁକ୍ତା ଯୋଜନାରେ ଅନେକ କାର୍ଯ୍ୟ ପୁରୀ ସହରରେ ହେଉଥିବା ବେଳେ ଏଠି କିନ୍ତୁ ସବୁ ଯୋଜନା ସରକାରଙ୍କର ବାଟବଣା ହୋଇ ଯାଇଛି | ଏଠି ଅଙ୍ଗନବାଡି ଘର ନାହିଁ କି ଏଠାର ସହରାଞ୍ଚଳ ମେଡିକାଲରେ ଡାକ୍ତର ନାହାନ୍ତି | ପୁରୀ ଭଳି କ୍ଷେତ୍ର ଏବେ ବିକାଶ ପଥରେ ଆଗେଇ ଚାଲିଥିବା ବେଳେ ଅନେକ ଦୁର୍ଦଶା ଭୋଗ କରୁଛନ୍ତି ପେଣ୍ଠକଟା ଅଧିବାସୀ | ଏଠାରେ ରାତିରେ ଯଦି କେହି ରୋଗୀକୁ ମେଡିକାଲ ଆଣିବାକୁ ପଡେ ତେବେ ଏହି ଅଞ୍ଚଳର ରୋଡର ଅବସ୍ଥା ଏମିତିକି କିଛିବି ହେଇ ଯାଇପାରେ ରୋଗୀର | ଜ଼ିଲ୍ଲା ପ୍ରଶାସନ ହୁଅନ୍ତୁ କିମ୍ବା ସରକାର ଏହି ଅଞ୍ଚଳକୁ ଅଣଦେଖା କାହିଁକି କରୁଛନ୍ତି ? ଯେତେବେଳେ କି ଏହି ଅଞ୍ଚଳର ଲୋକମାନଙ୍କ କମ୍ୟୁନିଟି ଭୋଟରେ ଜଣେ ବିଧାୟକ ଓ ଲୋକସଭା ପାର୍ଥି ବିଜୟ ଲାଭ କରିଛନ୍ତି | କଂଗ୍ରେସ ବହୁତ ଶୀଘ୍ର ଏହି ଅଞ୍ଚଳର ପ୍ରାଥମିକ ବା ମୌଳିକ ଅସୁବିଧା ଗୁଡିକର ଦାବି ପତ୍ର ନେଇ ରାଜରାସ୍ତାକୁ ଓଲ୍ହେଇବା ହକ ମିଳିବା ଯାଏ ଲଢେଇ ହେବ | ଏହି ପ୍ରତିଶୃତି ପୁରୀ ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢ଼ିଆରୀ ଓ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ କଂଗ୍ରେସର ମିଶ୍ରଣ ପର୍ବରେ ଦେଇଥିଲେ | ପୁରୀ ଜ଼ିଲ୍ଲା କଂଗ୍ରେସ ଆଇନ ବିଭାଗ ଅଦକ୍ଷ କାଳି ପ୍ରସାଦ ନାୟକ କହିଥିଲେ କି ଭାରତର ଦରଦାମ ଏବେ ଆକାଶ ଛୁଆଁ, ଦେଶର ଭବିଷ୍ୟତ କୁହାଯାଉଥିବା ଯୁବକ ଏବେ ବେକାର ଆପଣ ମାନେ ଏହି ସବୁକୁ ପାଥେୟ କରି କଂଗ୍ରେସ ଦଳରେ ଯୋଡି ହୋଇଛନ୍ତି - କଂଗ୍ରେସ ଗରିବ ସାଧାରଣ ବର୍ଗଙ୍କ ଦଳ ଆପଣମାନଙ୍କୁ କଂଗ୍ରେସ ଦଳକୁ ସ୍ୱାଗତ | ଆଗାମୀ ଦିନରେ ଆପଣଙ୍କ ହକର ଲଢେଇ କଂଗ୍ରେସ ଲଢ଼ିବ କହିଥିଲେ | ଏବେ ରାହୁଲ ଗାନ୍ଧୀଙ୍କ ଭାରତ ଜୋଡୋ ଯାତ୍ରା ଲୋକଙ୍କୁ କଂଗ୍ରେସ ଦଳପ୍ରତି ଆକୃଷ୍ଟ କରିଛି ବୋଲି ସ୍ଥାନୀୟ ଯୁବ ସମାଜସେବୀ କୃପା ରାଓ କହିଥିଲେ କଂଗ୍ରେସରେ ଆମେ ସାମିଲ ହେଉଛୁ କାରଣ, କଂଗ୍ରେସ କୃଷକ ଠାରୁ ମସ୍ୟଜୀବି ଓ ଗରିବ ଠାରୁ ଧନୀ ସମସ୍ତଙ୍କ ସ୍ୱରକୁ ଶାଣିତ କରିବା ସହ ହକ ପ୍ରଦାନ କରୁଛି | ଆମେ ଗର୍ବର ସହ କଂଗ୍ରେସ ଦଳରେ ସାମିଲ ହେଉଛୁ ଏବଂ ଏହି ଅଞ୍ଚଳ ପାଇଁ ସମସ୍ତେ ଏକାଠି ହୋଇ ଲଢ଼ିବା ପାଇଁ ପ୍ରତିଜ୍ଞା ନେଉଛୁ କହିଥିଲେ | ଏହି ମିଶ୍ରଣ ପର୍ବ ପେଣ୍ଠକଟା ଅଞ୍ଚଳର ସୁକନ୍ୟା ହୋଟେଲ ଠାରେ ଅନୁଷ୍ଠିତ ହୋଇଥିବା ବେଳେ | ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢ଼ିଆରୀ, ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ଜ଼ିଲ୍ଲା କଂଗ୍ରେସ ଆଇନ ବିଭାଗ ଅଦକ୍ଷ କାଳି ପ୍ରସାଦ ନାୟକ, ଯୁବନେତା ଭାଗିରଥି ସେନାପତି, ବସ୍ତି ନେତା ମନୋଜ ମଣ୍ଡଳ, ଯୁବ ଆଇନ ଯିବି ସ୍ମୃତି ରଞ୍ଜନ ପତି, ପୁରୀ ବିଧାନ ସଭା ଛାତ୍ର କଂଗ୍ରେସ ସଭାପତି ଅଗସ୍ତିନ ଜୋସେଫ ଙ୍କ ସହ ସ୍ଥାନୀୟ ଯୁବ ସମାଜସେବୀ ଯୁବନେତା କୃପା ରାଓ ଙ୍କ ଉପସ୍ଥିତିରେ ପ୍ରାୟ ପେଣ୍ଠକଟା ଅଞ୍ଚଳର ୩୦୦ରୁ ଉର୍ଧ ଯୁବ ଓ ଜନନେତା ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ | ଏଥି ମଧ୍ୟରୁ ୧୫ଜଣ ବିଶିଷ୍ଠ ନେତାଙ୍କୁ କଂଗ୍ରେସ ତରଫରୁ ଉତ୍ତାରି ପ୍ରଦାନ କରି ତାଙ୍କୁ ସ୍ୱାଗତ ସମ୍ବର୍ଧନା ପ୍ରଦାନ କରାଯାଇଥିଲା | ଉକ୍ତ ମିଶ୍ରଣ ପର୍ବରେ ପେଣ୍ଠକଟା ଅଞ୍ଚଳର କେ ସୁକାନ୍ତରା ରାଓ ଙ୍କ ସମେତ ପ୍ରାୟ ୩୦୦ସଦସ୍ୟ ସାମିଲ ହୋଇଛନ୍ତି ||