ପୁଣି ସାମନାକୁ ଆସିଲା ବିଧାୟକ ଯନ୍ତ୍ରୀ ବିବାଦ : ନୀଳଗିରି ବିଧାୟକଙ୍କ ଧମକପୂର୍ଣ୍ଣ ଅଡିଓ ଭାଇରାଲ

ପୁଣି ସାମନାକୁ ଆସିଲା ବିଧାୟକ ଯନ୍ତ୍ରୀ ବିବାଦ : ନୀଳଗିରି ବିଧାୟକଙ୍କ ଧମକପୂର୍ଣ୍ଣ ଅଡିଓ ଭାଇରାଲ

ପୁଣି ସାମନାକୁ ଆସିଲା ବିଧାୟକ ଯନ୍ତ୍ରୀ ବିବାଦ : ନୀଳଗିରି ବିଧାୟକଙ୍କ ଧମକପୂର୍ଣ୍ଣ ଅଡିଓ ଭାଇରାଲ
ନୀଳଗିରି: କିଛି ଦିନ ତଳେ ବାରିପଦା ବିଧାୟକ ଓ ଯନ୍ତ୍ରୀଙ୍କ ମଧ୍ୟରେ ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏବେ ବ୍ଲକର ଜଣେ ସହକାରୀ ଯନ୍ତ୍ରୀକୁ ଧମକ ଦେଇ ବିବାଦକୁ ଟାଣି ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀ ବିଧାୟକ ସୁକାନ୍ତ ନାୟକ । ସୋସିଆଲ ମିଡିଆରେ ଏହାର ଅଡିଓ ଭାଇରାଲ ହେବା ପରେ ଦିନତମାମ ଏହାକୁ ନେଇ ଚର୍ଚ୍ଚା ଲାଗିରହିଛି । ଯଦିଓ ଅଡିଓର ସତ୍ୟତା ପ୍ରମାଣିତ ହୋଇନାହିଁ, ତେବେ ଯନ୍ତ୍ରୀଙ୍କୁ ଧମକ ଦେବା କଥାକୁ ଅସ୍ୱୀକାର କରିଛନ୍ତି ବିଧାୟକ । ଭାଇରାଲ ଅଡିଓରେ ଦୁଇଟି ପଞ୍ଚାୟତର ଠିକାକାମ ବିଲ କରିନଥିବାରୁ ବିଧାୟକ ଶ୍ରୀ ନାୟକ ଉତକ୍ଷିପ୍ତ ହୋଇ ସହକାରୀ ଯନ୍ତ୍ରୀ ଅନୀଲ ପଣ୍ଡାଙ୍କୁ ଭିଜିଲାନ୍ସରେ ଫସାଇବାର ଧମକ ଦେଉଛନ୍ତି । ବିଲ୍ ପାଇଁ ବାରମ୍ବାର କହିବା ସତ୍ତ୍ୱେ ସେ (ଯନ୍ତ୍ରୀ) ଶୁଣୁନାହାନ୍ତି । ଏଥର ତାଙ୍କୁ କିଏ ସମ୍ଭାଳିବ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି । ତେବେ ଏହାକୁ ଅସ୍ୱୀକାର କରିଛନ୍ତି ବିଧାୟକ ଶ୍ରୀ ନାୟକ । ସେ କହିଛନ୍ତି କିଛି ଉନ୍ନୟନ ପ୍ରକଳ୍ପର ବକେୟା ବିଲ ସମ୍ପର୍କରେ କଥା ହେବା ପାଇଁ ସେ ଯନ୍ତ୍ରୀଙ୍କୁ ଡାକିଥିଳେ । ତା’ଛଡ଼ା ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ ଅନେକ ଅନିୟମିତତା ଅଭିଯୋଗ ରହିଛି ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି । ଯଦିଓ ଭିଡିଓ ସତ ହୋଇଥାଏ, ଜଣେ ସରକାରୀ ଅଧିକାରୀଙ୍କ ପ୍ରତି ଜନପ୍ରତିନିଧିଙ୍କ ଆଚରଣକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି । ଯଦି ଏମିତି କିଛି ଅଭିଯୋଗକୁ ଭିଜିଲାନ୍ସକୁ ଯିବା ଭଳି ଯୋଗ୍ୟତା ଅଛି ତେବେ ବିଧାୟକ ପୂର୍ବରୁ କାହିଁକି ଚୁପ ଥିଲେ ବୋଲି ସ୍ଥାନୀୟ ଅଞ୍ଚଳରେ କିଛି ଲୋକ ପ୍ରତିକି୍ରୟାରେ କହିଛନ୍ତି । ଅନ୍ୟ ପଟେ ଏହା ମଧ୍ୟ ପ୍ରଶ୍ନ ଉଠୁଛି କାମ ବିଲ ନ କରି ସମ୍ପୃକ୍ତ ଯନ୍ତ୍ରୀ କାହିଁକି ପକାଇ ରଖିଥିଲେ? ସେ କାମରେ କିଛି ଅନିୟମିତତା ହୋଇଥିଲା କି, ଯାହା ପାଇଁ ଯନ୍ତ୍ରୀ ବିଲ କରିବାରେ ପଛଘୁଞ୍ଚା ଦେଉଥିଲେ? ଅନ୍ୟ ପକ୍ଷରେ ବିଧାୟକଙ୍କ ଧମକ ପ୍ରସଙ୍ଗରେ ସହକାରୀ ଯନ୍ତ୍ରୀ ଅନୀଲ ପଣ୍ଡା କହିଛନ୍ତି, ଏ ସମ୍ପର୍କରେ ସେ ଉପରିସ୍ଥ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇ ଯାହା କିଛି ପଦକ୍ଷେପ ନେବେ ।