ପୁଣି ଶ୍ରୀମନ୍ଦିର ଆନନ୍ଦବଜାର ଫଟୋ ଭାଇରାଲ
ପୁଣି ଶ୍ରୀମନ୍ଦିର ଆନନ୍ଦବଜାର ଫଟୋ ଭାଇରାଲ
admin
Nov 25, 2019 - 05:18
Updated: Nov 25, 2019 - 05:18
ପୁରୀ : ପୁଣି ଶ୍ରୀମନ୍ଦିରର ଫଟୋ ଭାଇରାଲ୍। ନିକଟରେ ସୋସିଆଲ ମିଡିଆରେ ଭୋଗ ମଣ୍ଡପର ଦୃଶ୍ୟ ଭାଇରାଲ ହେବା ପରେ ଏବେ ପୁଣି ଜଣେ ବ୍ୟକ୍ତି ଆନନ୍ଦବଜାରର ଫଟୋ ଭାଇରାଲ କରିଛନ୍ତି।ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଡା କଟକଣା ଲାଗୁ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ବଡ ବଡ ସୂଚନା ପ୍ଲାକାର୍ଡ ମଧ୍ୟ ଲଗାଯାଇଛି। ଏହାସତ୍ତ୍ୱେ ବାରମ୍ବାର ଶ୍ରୀମନ୍ଦିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ କିଛିଦିନ ତଳେ ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳର ଜଣେ ନାବାଳିକା ଶ୍ରୀମନ୍ଦିର ଭିତରେ ଟିକଟକ ଭିଡିଓ ପ୍ରସ୍ତୁତ କରି ଭାଇରାଲ କରିଥିଲେ। ଏହି ଘଟଣାର କିଛିଦିନ ପରେ ପୁଣି ଏବେ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହୋଇଛି। ଜଣେ ଯୁବକ ଆନନ୍ଦ ବଜାର ଭିତରେ ଫଟୋ ଉଠାଇ ଏହାକୁ ତାଙ୍କ ଫେସବୁକ ଆକାଉଣ୍ଟରେ ଅପଲୋଡ କରିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଆନନ୍ଦ ବଜାର ଭିତରେ ମହାପ୍ରସାଦ ବିକ୍ରି ହେଉଥିବାର ଦୃଶ୍ୟ ରହିଛି। ତେବେ ବାରମ୍ବାର ଶ୍ରୀମନ୍ଦିର ଭିତର ଭିଡିଓ ଏବଂ ଫଟୋ ଭାଇରାଲ ହେଉଥିବାରୁ ଏହାକୁ ନେଇ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି।