ପୁଣି ବଢ଼ିବ ତାତି

ପୁଣି ବଢ଼ିବ ତାତି

ପୁଣି ବଢ଼ିବ ତାତି

ଭୁବନେଶ୍ୱର: କିଛିଦିନ ହେଲା କାବୈଶାଖୀ ଜନିତ ବର୍ଷା ଯୋଗୁଁ ଗରମରୁ ରକ୍ଷା ପାଇଥିଲେ ରାଜ୍ୟବାସୀ।କିନ୍ତୁ ଆଗକୁ ପାଗ ବଦଳିବାକୁ ଯାଉଛି।  ଗୁଳୁଗୁଳି ସହ ଆହୁରି ଗ୍ରୀଷ୍ମ ପ୍ରବାହ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ପାଣିପାଗର ସୂଚନା ଅନୁସାରେ, ଆଗାମୀ ୩ ଦିନ ମଧ୍ୟରେ ଦିନର ତାପମାତ୍ରା ବଢ଼ିବ। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ତାପମାତ୍ରା ବୃଦ୍ଧି ସହ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଗୁଳୁଗୁଳି ସମ୍ଭାବନା ଅଛି।

ସୂଚନାଯୋଗ୍ୟ, ରାଜ୍ୟରେ ଦିନରେ ଅସହ୍ୟ ଗରମ ହେବା ସହ କିଛି ଜିଲ୍ଲାରେ ସନ୍ଧ୍ୟା ସମୟରେ କାଳବୈଶାଖୀ ହେଉଥିବା ଖବର ଆସୁଛି। ଗତ ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଝଡ଼ ବର୍ଷା ସହ ବଜ୍ରପାତ ହୋଇଥିଲା। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ହେଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।