ପୁଣି ବଢିଲା ବସ୍ ଭଡା

ପୁଣି ବଢିଲା ବସ୍ ଭଡା

ପୁଣି ବଢିଲା ବସ୍ ଭଡା
ଭୁବନେଶ୍ୱର: ତୈଳ ଦର ବୃଦ୍ଧି ଯୋଗୁଁ ପୁଣି ବସ୍ ଭଡା ବଢିଛି । ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡା କିମି ପିଛା ୫ ପଇସା ବଢିଛି । ଅର୍ଡିନାରୀ ବସି ଭଡା ଥିଲା ୮୦ ପଇସା ଏବେ ହେଲା ୮୫ ପଇସା । ଏକ୍ସପ୍ରେସ ବସ୍ ଥିଲା ୮୪ ପଇସା ଏବେ ୮୯ ପଇସା ହୋଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସି ଭଡା ୧୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ଡିଲକ୍ସ ବସ୍ ଭଡା ୧.୧୧ ପଇସା ଥିଲା ଏବେ ୧.୨୧ ପଇସା ହୋଇଛି । ସେହିପରି ଏସି ବସ୍ ଭଡା ଥିଲା ୧.୩୯ ପଇସା ଏବେ ୧.୪୯ ପଇସା ହୋଇଛି । ସୁପର ପ୍ରିମିୟର ଭଡା ୨.୧୭ରୁ ୨.୩୨ ପଇସା ହୋଇଛି ।